‘ଓଡ଼ିଶା ଅପଡେଟ’ର ସୁପରଷ୍ଟାର ସର୍ଭେ : ବାଜି ମାରିଲେ ଅନୁଭବ ମହାନ୍ତି

‘ଓଡ଼ିଶା ଅପଡେଟ’ର ସୁପରଷ୍ଟାର ସର୍ଭେ : ବାଜି ମାରିଲେ ଅନୁଭବ ମହାନ୍ତି

ଭୁବନେଶ୍ବର,୫/୧୦ : ‘ଓଡ଼ିଶା ଅପଡେଟ’ ପକ୍ଷରୁ ‘ଓଡ଼ିଆ ସିନେମାର ସୁପରଷ୍ଟାର କିଏ ?’ ସର୍ଭେରେ ବାଜି ମାରିଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା  ଅଭିନେତା ଅନୁଭବ ମହାନ୍ତି । ଅପ୍ସନରେ ଅନୁଭବ ମହାନ୍ତି ଏବଂ ବାବୁଶାନ ମହାନ୍ତିଙ୍କ ସହ​‌ ଅନ୍ୟ କେହି ବୋଲି ଥିଲା । ମାତ୍ର ସବୁଠାରୁ ଅଧିକ ଭୋଟ୍ ପାଇଛନ୍ତି ଅନୁଭବ । ଅନୁଭବ ମହାନ୍ତି ସର୍ବାଧିକ ୮୭ % ପ୍ରତିଶତ ଭୋଟ୍ ପାଇଥିବାବେଳେ ବାବୁଶାନ ମହାନ୍ତି ୧୨% ପ୍ରତିଶତ ଏବଂ ଅନ୍ୟ କେହି ୧% ପ୍ରତିଶତ ଭୋଟ ହାସଲ କରିଛନ୍ତି ।

ଏଥିରୁ ଜଣାପଡ଼ୁଛି କି ଓଡ଼ିଶାରେ ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି । ତାଙ୍କର କ୍ରେଜ୍ ଧିରେ ଧିରେ ବଢିବାରେ ଲାଗିଛି । ଏହି ସର୍ଭେ ଆମର ୨୪ଘଣ୍ଟାର ଥିଲା । ଫଳରେ ଆମ ପାଖରେ ଏହି ରିପୋର୍ଟ ପହଞ୍ଚି ପାରିଛି । ଯଦି ଆମେ ଅନୁଭବଙ୍କ କାମକୁ ନେଇ ଦେଖିବା ତେବେ ବର୍ତ୍ତମାନ ତାଙ୍କର ସିନେମା ‘ଚାରିଧାମ’ ହଲ୍‌ରେ ପଡ଼ିଛି । ଯାହା ଚଳିତ ଦୁର୍ଗାପୂଜାରେ ରିଲିଜ ହୋଇଛି । ଏହି ସିନେମା ଗୋଟିଏ ସପ୍ତାହରେ ସର୍ବ ଭାରତୀୟ ସ୍ତରରେ ୬.୩୮କୋଟି ଟଙ୍କା କଲେକ୍ସନ କରିଛି ।

ଅନୁଭବଙ୍କ ସିନେମାରେ ପାରିବାରିକ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଏବେ ବେଶ୍ ଲୋକାଦୃତ ହେବାରେ ଲାଗିଛି ।

ସେହିଭଳି ବାବୁଶାନ ମହାନ୍ତିଙ୍କର ରଜ ସମୟରେ ‘ବୋଉ ବୁଟୁ ଭୂତ’ ସିନେମା ରିଲିଜ ହୋଇଥିଲା । ଯାହା ବେଶ୍ ଲୋକପ୍ରିୟତା ସାଉଁଟିଥିଲା। ପ୍ରାୟ ୧୫କୋଟିରୁ ଅଧିକ କଲେକ୍ସନ କରିଥିଲା ଏହି ସିନେମା । ଆମର ଏହି ସର୍ଭେ କାହାକୁ ଆକ୍ଷେପ କରି ନୁହେଁ । ବରଂ ବର୍ତ୍ତମାନ କେଉଁ ଅଭିନେତାଙ୍କ ପ୍ରତି ଦର୍ଶକଙ୍କ ଭଲପାଇବା ଅଧିକ ଅଛି ତାହା କେବଳ ଏକ ସର୍ଭେ କରାଯାଇଥିଲା । ଆଉ ଏହି ସର୍ଭେ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛତା ଭିତିରେ ଏବଂ ଅନଲାଇନରେ କରାଯାଇଛି।