ମୋତେ ସଭାପତି ଡାକିଥିଲେ , ଘରକୁ ଯାଉଛି …

ମୋତେ ସଭାପତି ଡାକିଥିଲେ , ଘରକୁ ଯାଉଛି …

ଭୁବନେଶ୍ଵର,୨/୭ : ବିଏମସି ଅତିରିକ୍ତ କମିଶନଙ୍କୁ ମାଡ଼ ଘଟଣାକୁ ନେଇ ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ପାର୍ଟିର ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏହା ପରେ ଜଗନ୍ନାଥ ପ୍ରଧାନ ପାର୍ଟି କାର୍ଯ୍ୟାଳୟରୁ ବାହାରି ନିଜ ଘରକୁ ଯାଇଛନ୍ତି। 

ପାର୍ଟି କାର୍ଯ୍ୟାଳୟରୁ ବାହାରିବା ପରେ ଜଗନ୍ନାଥ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ଦଳୀୟ ସଭାପତି ଡାକିଥିଲେ। ମୁଁ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ସଭାପତିଙ୍କ ସହ ଆଲୋଚନା କଲି। ଏହା ପରେ ମୁଁ ଘରକୁ ଯାଉଛି। ଦଳୀୟ କାର୍ଯ୍ୟାଳୟରେ ଶୃଙ୍ଖଳାଗତ କମିଟିରେ ହାଜର ହେବା ସମୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ଜଣା ପଡୁନି। 

ଜଗନ୍ନାଥ ପ୍ରଧାନ ଯେଉଁ ସମୟରେ ପାର୍ଟି କାର୍ଯ୍ୟାଳୟ ପହଞ୍ଚିଥିଲେ ତା’ ପରେ ଖାରବେଳନଗର ପୋଲିସ ଓ ଏସିପି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିବା ଖବର ଆସିଥିଲା। ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନାହାନ୍ତି। ସେହିପରି ଦଳ ପକ୍ଷରୁ ଜଗନ୍ନାଥ ପ୍ରଧାନ ସହିତ କ’ଣ ଆଲୋଚନା ହେଲା, ସେନେଇ ଜଣାପଡ଼ି ନାହିଁ।