୨୦୨୯ରେ କିଏ ହେବ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏଭଳି ଇଶାରା ଦେଲେ ଶାହା

୨୦୨୯ରେ କିଏ ହେବ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏଭଳି ଇଶାରା ଦେଲେ ଶାହା

ନୂଆଦିଲ୍ଲୀ,୧୩/୫: ୨୦୨୪ଲୋକସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି । ଏଭଳି ପରିସ୍ଥିତିରେ ବିଜେପି ଏବଂ ପ୍ରମୁଖ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ବରିଷ୍ଠ ବିଜେପି ନେତା ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳର ରଣନୀତି ଉନ୍ମୋଚନ କରିଛନ୍ତି । 

ଆସନ୍ତା ଲୋକସଭା ନିର୍ବାଚନରେ ଅର୍ଥାତ୍‌ ୨୦୨୯ସାଧାରଣ ନିର୍ବାଚନରେ ବିଜେପି କାହା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ତାହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଏକ ସ୍ବତନ୍ତ୍ର ସାକ୍ଷାତକାର ସମୟରେ ଅମିତ ଶାହା ବିଜେପିର ରଣନୀତି ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ, ନରେନ୍ଦ୍ର ମୋଦି ୨୦୨୯ର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ସମାପ୍ତ କରିବେ ଏବଂ ୨୦୨୯ପରେ ମଧ୍ୟ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାରର ନେତୃତ୍ୱ ନେବେ । ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନରେ ମଧ୍ୟ ଲଢିବାକୁ ଯାଉଛି ବୋଲି ଅମିତ ଶାହା ସ୍ପଷ୍ଟ କରିଛନ୍ତି।