"ଭିରାସତ କାଫେ ଏବଂ ବ୍ୟାକେରୀ" ର ଶୁଭ ଉଦଘାଟନ

ଭୁବନେଶ୍ବର, ୩୦/୧ : ରାଜଧାନୀର ଏକ ଚଳଚଞ୍ଚଳ ଅଞ୍ଚଳ ଜନପଥ ଶ୍ରୀୟା କମ୍ପ୍ଲେକ୍ସ ଛକରେ "ଭୀରାସତ କ୍ୟାଫେ ଏବଂ ବ୍ୟାକେରୀ" ର ଶୁଭ ଉଦଘାଟନ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱରର ମୁଖ୍ୟ ମୀରା ପରିଡା, ନିମନ୍ତ୍ରିତ ଅତିଥି ଭାବେ ଅନନ୍ତ ନାରାୟଣ ଜେନା (ମାନ୍ୟବର ବିଧାୟକ, ଭୁବନେଶ୍ୱର ମଧ୍ୟ), ୪୧ ନମ୍ବର ୱାର୍ଡର କର୍ପୋରେଟର କବିତା ସ୍ୱାଇଁ, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ, ୟୁଟ୍ୟୁବର ବର୍ଷା ସ୍ପେସିଆଲ ପ୍ରମୁଖ ଯୋଗଦେଇଥିଲେ l
ଉପସ୍ଥିତ ଅତିଥିବୃନ୍ଦଙ୍କ କରକମଳରେ ଭିରାସତ କ୍ୟାଫେ ଏବଂ ବ୍ୟାକେରୀର ଶୁଭ ଉଦଘାଟନ ହୋଇଥିଲା l ଯୁବ ବ୍ୟବସାୟୀ ଆର୍ତ୍ତ ପାଢ଼ୀଙ୍କର ଏହା ନିଜସ୍ୱ ପରିକଳ୍ପନା ହୋଇଥିବାବେଳେ ଏହା ତାଙ୍କର ଦ୍ଵିତୀୟ ଆଉଟଲେଟ୍ l କିଟ୍ କଲେଜ ରୋଡରେ ଥିବା ପ୍ରଥମ "ଭିରାସତ ଫାଷ୍ଟ ଫୁଡ୍" ଶ୍ରୀଯୁକ୍ତ ପାଢ଼ୀଙ୍କୁ ବ୍ୟବସାୟରେ ସଫଳତା ଦେଇଥିବାରୁ ସେ ଭିରାସତ କ୍ୟାଫେ ଆଣ୍ଡ ବ୍ୟାକେରୀ ଆଉଟଲେଟ୍ ଉଦଘାଟନ କରିଛନ୍ତି l ଏହି କ୍ୟାଫେରେ ହଟ୍ ଆଣ୍ଡ କୋଲ୍ଡ ପାନୀୟରେ କାପାଚିନୋ, କଫି, କୋଲ୍ଡ କଫି, ଚା', ବ୍ୟାକେରୀରେ ପିଜ୍ଜା, ବର୍ଗର, ମଫିନ୍, କେକ୍, ପାଷ୍ଟ୍ରି ସହିତ ବିଭିନ୍ନ ଚାଇନିଜ୍ ଆଇଟମ୍ ଆଦି ସ୍ୱାଦଯୁକ୍ତ ତଥା ସଠିକ୍ ମୂଲ୍ୟରେ ମିଳିଥାଏ l
ଆଜିକାଲି ପ୍ରାୟ ସମସ୍ତେ ଭଲ ହିଁ ପସନ୍ଦ କରୁଛନ୍ତି ତେଣୁ ଆମେ ଭଲ ଲୋକେସନ, ଭଲ ପ୍ରାଇସ୍ ସହିତ ରୁଚିପୂର୍ଣ୍ଣ ଖାଦ୍ୟ ଏବଂ ପାନୀୟ ଯୋଗାଇବୁ ବୋଲି ଗଣମାଧ୍ୟମକୁ ଭୀରାସତ ର ମାଲିକ ଆର୍ତ୍ତ ପାଢ଼ୀ ପ୍ରକାଶ କରିଥିଲେ l