ଆଦାନିଙ୍କ ୬ କମ୍ପାନିକୁ ‘ସେବି’ ନୋଟିସ୍

ନୂଆଦିଲ୍ଲୀ,୪/୫: ଶିଳ୍ପପତି ଗୌତମ ଆଦାନିଙ୍କ ପ୍ରତି ପୁଣି ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲିଷ୍ଟିଂ ଏବଂ ସଂପୃକ୍ତ ପକ୍ଷ କାରବାର ନିୟମ ଉଲ୍ଲଂଘନ ପାଇଁ ଆଦାନି ଗ୍ରୁପ୍ର ୬ଟି କମ୍ପାନିକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ଆଦାନି ପୋର୍ଟସ୍ ଆଣ୍ଡ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍, ଆଦାନି ପାୱାର, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ୱିଲ୍ମାର୍ ଏବଂ ଆଦାନି ଟୋଟାଲ୍ ଗ୍ୟାସ୍।
ଆଦାନି ଗ୍ରୁପ୍ର ପ୍ରମୁଖ ସଂସ୍ଥା ଆଦାନି ଏଣ୍ଟରପ୍ରାଇଜେସ୍କୁ ଦୁଇଟି ନୋଟିସ୍ ମିଳିଛି। ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏସିସି ଓ ଅମ୍ବୁଜା ସିମେଣ୍ଟକୁ କୌଣସି ନୋଟିସ୍ ମିଳିନାହିଁ।