ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ନବମୀ ନୀତି, ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ଭୁବନେଶ୍ବର,୨୭/୩: ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ବଡ଼ ଦେଉଳ ପରମ୍ପରାନୁସାରେ ସ୍ୱତନ୍ତ୍ର ଦେବବିଧି ପାଳନ ହେବ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୫ ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ମଧ୍ୟାହ୍ନଧୂପ ପରେ ଶ୍ରୀରାମଜନ୍ମ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ ।

Editor 


