ବଦଳିବ ରାଜ୍ୟ କ୍ୟାବିନେଟର ଢାଞ୍ଚା ; ସଚିବଙ୍କ କ୍ଷମତା ଉପରେ ଲାଗିବ ଅଙ୍କୁଶ

ବଦଳିବ ରାଜ୍ୟ କ୍ୟାବିନେଟର ଢାଞ୍ଚା ; ସଚିବଙ୍କ କ୍ଷମତା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ବର,୨୦/୫ : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ । ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ ଲାଗିବ । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । ଏହି ଚିଠି ଅନୁସାରେ କ୍ୟାବିନେଟ ବସିବାର ୫ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ ହେବ । ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ । 

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା କୌଣସି ପ୍ରସ୍ତାବ ବା ବିଷୟ କ୍ୟାବିନେଟ ଆଲୋଚନା ପାଇଁ ଉପସ୍ଥାପନ କରାଯିବ ନି । ବଡ଼ କଥା ହେଲା, ଏଣିକି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଉପସ୍ଥିତ ରହିବେ, ମାତ୍ର ସବୁ ସଚିବ କ୍ୟାବିନେଟ ବୈଠକ ଗୃହକୁ ଯିବେ ନି । କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ପ୍ରବେଶ କରିବେ ନାହିଁ । ଯେଉଁ ବିଭାଗର ପ୍ରସ୍ତାବ ଥିବ, ଆବଶ୍ୟକ ଥିଲେ ସେହି ବିଭାଗ ସଚିବ ବୈଠକ କକ୍ଷକୁ ଯିବେ, ଏହା ପୂର୍ବରୁ ସେ ପାଖରେ କକ୍ଷକୁ ଯିବେ ।

ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ବ ରହିବ । ବଡ଼ କଥା ହେଲା, କ୍ୟାବିନେଟ ବୈଠକରେ ପଚରା ନ ଗଲେ କୌଣସି ସଚିବ ନିଜ ଆଡୁ କିଛି କହିବେନି ପ୍ରସ୍ତାବ ବାବଦରେ ବିଭାଗୀୟ ମନ୍ତ୍ରୀ ବୈଠକରେ ସୂଚନା ଦେବେ ।