ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆନନ୍ଦପୁର ପ୍ରେସ ପରିଷଦ, ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ଆନନ୍ଦପୁର,୨୮/୬ : ପୂର୍ବତନ ମନ୍ତ୍ରୀ ତଥା ରଘୁନନ୍ଦନ ଦାସ ଅର୍ଗସ୍ ଚ୍ୟାନେଲର କାର୍ଯ୍ୟରତ ମହିଳା ସାମ୍ବାଦିକ ଚିନ୍ମୟୀ ସାହୁଙ୍କୁ କୁକୁର ଲଗାଇ ଆକ୍ରମଣ ଉଦ୍ୟମ କରିବା ଘଟଣାକୁ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ନିନ୍ଦା କରାଯାଇଛି । ଆଜି ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ ଉକ୍ତ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପାତ୍ର ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ପୂର୍ବରୁ ଶ୍ରୀ ଦାସ ଲୋକ ସମ୍ପର୍କ ବିଭାଗ ଦାୟିତ୍ଵରେ ଥିଲେ ମାତ୍ର କିପରି ସାମ୍ବାଦିକଙ୍କ ଉପରେ କୁକୁର ଛାଡ଼ିଲେ ସେ ନେଇ ପ୍ରେସ ପରିଷଦର ସଭାପତି ନିରାକାର ଦଳେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଚିନ୍ମୟୀଙ୍କୁ ନ୍ୟାୟ ଦେବା ଓ ରଘୁନନ୍ଦନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଦାବି କରିଛନ୍ତି l ସେହିଭଳି ଅନେକ ସମୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ମରଣାତ୍ମକ ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି l ବାରମ୍ବାର ସାମ୍ବାଦିକମାନେ ଆକ୍ରମଣର ଶିକାର ହୋଉଥିବାବଳେ ସାମ୍ବାଦିକଙ୍କ ପାଇଁ ଏକ ସୁରକ୍ଷା ଆଇନ ଆଣିବା ପାଇଁ ଶ୍ରୀ ଦଳେଇ ଦାବି କରିଛନ୍ତି l
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ ପରିଷଦ ସଂପାଦକ ହରେକୃଷ୍ଣ ପାତ୍ର, ବରିଷ୍ଠ ସାମ୍ବାଦିକ ସତ୍ୟରଞ୍ଜନ ଦାସ, କିରଣ ପାଢ଼ୀ, ମକର ଧ୍ଵଜ ସାହୁ, ମନମୋହନ ନାୟକ, ରତିକାନ୍ତ ସାହୁ, ଗଣେଶ୍ୱର ମହାନ୍ତି, ସୋମନାଥ ମିଶ୍ର, ରଞ୍ଜିତ ରଣାଙ୍କ ସମେତ ପ୍ରେସ ପରିଷଦର ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି l