ତେଲେଙ୍ଗାନା ଗ୍ଲାସ୍‌ କାରଖାନାରେ ଭୟଙ୍କର ବିସ୍ଫୋରଣ: ୬ ଶ୍ରମିକ ମୃତ

ତେଲେଙ୍ଗାନା ଗ୍ଲାସ୍‌ କାରଖାନାରେ ଭୟଙ୍କର ବିସ୍ଫୋରଣ: ୬ ଶ୍ରମିକ ମୃତ

ରଙ୍ଗାରେଡି,୨୮/୬: ତେଲେଙ୍ଗାନାର ରଙ୍ଗାରେଡି ଜିଲାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏକ ଗ୍ଲାସ କାରଖାନାରେ ଭାଟି ବଏଲର ବିସ୍ଫୋରଣ ହେବା ଯୋଗୁ ୬ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଏନେଇ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଥିସ କିଭଳି ବିସ୍ଫୋରଣ ହେଲା ସେନେଇ ତଦନ୍ତ କରୁଛି। ତେବେ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ କହିଛି। ଏଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।