ନେପାଳ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୯/୨ : କିଟ୍ କାଣ୍ଡକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି । ବିବାଦ ଥମୁ ନ ଥିବାବେଳେ ଦିନକୁ ଦିନ ଘଟଣା ରୋଚକ ମୋଡ ନେଉଛି । ଏହାରି ଭିତରେ ନେପାଳ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନେପାଳ କାଉନସେଲର ସଞ୍ଜୀବ ଦାସଶର୍ମା, ନବୀନରାଜ ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ।
ନେପାଳ ଛାତ୍ରଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ମୃତ କିଟ୍ ଛାତ୍ର ପ୍ରକୃତିଙ୍କ ମାମଲାରେ ନ୍ୟାୟ ପ୍ରଦାନ କରାଯିବ ବୋଲି ସେ ଛାତ୍ରଙ୍କୁ ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି, କିଟ୍ କ୍ୟାମ୍ପସରେ ଖୁବଶୀଘ୍ର ଶାନ୍ତି ଫେରିବ। ନେପାଳ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି ସେମାନଙ୍କ ପାଠପଢ଼ା ପୁଣି ଆରମ୍ଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।