"ଜୟ ଓଡ଼ିଶା"ର ୧୧ତମ ରକ୍ତଦାନ ଶିବିର ଆୟୋଜିତ

"ଜୟ ଓଡ଼ିଶା"ର ୧୧ତମ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର, ୧୯/୭ : ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ "ଜୟ ଓଡ଼ିଶା"ର ରକ୍ତ ସଂଗ୍ରହ ଅଭିଯାନର ୧୧ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିର "ଜୟ ଓଡ଼ିଶା" ଏବଂ ଭୁବନେଶ୍ବରର ଖ୍ୟାତନାମା ଆ.ଟି. କମ୍ପାନୀ "ତତ୍ତ୍ଵ ଟେକ୍ନୋଲୋଜିସ୍" ସହିତ ମିଳିତ ଭାବରେ ଆୟୋଜନ ହୋଇଥିଲା । ଏହା "ତତ୍ତ୍ଵ ଟେକ୍ନୋଲୋଜିସ୍" ର ସହ ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତପେନ୍ଦ୍ର ସେନାପତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ଏହି ଶିବିରରେ ବହୁ ମାତ୍ରାରେ କର୍ମଚାରୀ ଉତ୍ସାହର ସହିତ ଆସି ରକ୍ତଦାନ କରିଥିଲେ।

ଏହି ରକ୍ତଦାନ ଶିବିରରେ କମିଶନରେଟ ପୋଲିସ ଡେପୁଟି କମାଣ୍ଡାଣ୍ଟ, ଲଲାଟେନ୍ଦୁ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ବହୁ ରକ୍ତଦାତା ଏମିତି ଥିଲେ ଯେଉଁମାନେ ଚାହୁଁଥିଲେ ରକ୍ତଦାନ କରିବାକୁ କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଭିତରେ କରିପାରୁନଥିଲେ । କିଛି ରକ୍ତଦାତା ଏମିତି ମଧ୍ୟ ଥିଲେ ଯେଉଁମାନେ ନିଜ କଲେଜ୍ ସମୟରେ ରକ୍ତ ଦାନ କରିଥିଲେ ଏବଂ ୧୦ ରୁ ୧୨ ବର୍ଷ ବ୍ୟବଧାନରେ ଆଜି ରକ୍ତ ଦାନ କଲେ । ଏହି ଶିବିରଟି ତାଙ୍କରି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବାରୁ ସେମାନେ ସୁବିଧାରେ ରକ୍ତ ଦାନ କରିପାରିଲେ । ଏଭଳି ରକ୍ତଦାନ ଶିବିର ଆଗକୁ ମଧ୍ୟ ଜାରି ରହିବ । ଆଗାମୀ ସପ୍ତାହ ରବିବାର ଭୁବନେଶ୍ୱର ଘାଟିକିଆର "ଟ୍ରାଇଡେନ୍ଟ ଗାଲେକ୍ସି"ଠାରେ "ଜୟ ଓଡ଼ିଶା"ର ୧୨ତମ ରକ୍ତ ଦାନ ଶିବିର ଆୟୋଜିତ ହେବ ବୋଲି "ଜୟ ଓଡ଼ିଶା"ର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ" କହିଛନ୍ତି।