ଜୟ ଓଡ଼ିଶା "ରକ୍ତଦାନ" ଯୋଜନାର ଦଶମ ଶିବିର

ଭୁବନେଶ୍ୱର, ୧୭/୭ : ଜୟ ଓଡ଼ିଶାର "ରକ୍ତଦାନ" ଯୋଜନାର ଦଶମ ଶିବିର ରେ ସାମିଲ ହୋଇଯାଇଛି BMPS ତକ୍ସିଲା ସ୍କୁଲ। BMPS ତକ୍ସିଲା ସ୍କୁଲ ଓ ଜୟ ଓଡ଼ିଶା ମିଳିତ ଆନୁକୁଲ୍ୟରେ IRC ଭିଲେଜ୍, ନୟାପଲ୍ଲି ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହା ଜୟ ଓଡ଼ିଶାର "ରକ୍ତଦାନ" ଯୋଜନା ଅନ୍ତର୍ଗତ ଦଶମ ଶିବିର ଅଟେ। ଏହା ସ୍କୁଲର ପ୍ରତିଷ୍ଠାତା ସିକ୍ତା ଦାସଙ୍କ ପରିଚାଳନା ରେ ସମ୍ପାଦିତ ହୋଇଥିଲା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଓ ଅଭିଭାବକ ମାନେ ରକ୍ତଦାନ କରି ଯୁବବର୍ଗଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶି ମିଶ୍ର, ପୁଲିସ ଡେପୁଟି କମାଣ୍ଡେଣ୍ଟ ଶ୍ରୀ ଲଲାଟେନ୍ଦୁ ମହାନ୍ତି ଓ IIC ନୟାପଲ୍ଲି ଶ୍ରୀ ସତ୍ୟରଞ୍ଜନ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଜୟ ଓଡ଼ିଶାର "ରକ୍ତଦାନ" ଯୋଜନା ମାଧ୍ୟମରେ ୧୦୦ଟି ବିଭିନ୍ନ ପ୍ରକାର ଅନୁଷ୍ଠାନ ସହ ମିଶି ରକ୍ତଦାନ ଶିବିରର ଆୟୋଜନ କରିବା ଲକ୍ଷ୍ୟ ଥିବାବେଳେ ଆଜି ଏକ ଶିକ୍ଷାନୁଷ୍ଠାନର ଯୋଗଦାନ ଅତ୍ୟନ୍ତ ପ୍ରସଂଶାଯୋଗ୍ୟ ଅଟେ। ଏହିପରି ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନେ ମଧ୍ୟ ଆମ ସହ ହାତରେ ହାତ ମିଳାଇ ରକ୍ତଦାନ କଲେ ତାହା ଯୁବବର୍ଗଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାସହ ସମସ୍ତଙ୍କୁ ରକ୍ତଦାନର ମହତ୍ତ୍ୱ ବୁଝାଇବାରେ ସହାୟକ ହେବ ବୋଲି ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।