ଜୀ ସାର୍ଥକରେ ମାର୍ଚ୍ଚ ୨୨ରୁ ‘ଦେଖିବା ଟିଭି ଜିତିବା ଇଭି’

ଭୁବନେଶ୍ବର, ୨୧/୩ : ଓଡିଶାର ନମ୍ବର ୧ ଚ୍ୟାନେଲ ଓ ଘରେ ଘରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଜୀ ସାର୍ଥକ ସର୍ବଦା ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ମନଛୁଆଁ ଧାରାବାହିକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ବା ବାସ୍ତବବାଦୀ ଚଳଚ୍ଚିତ୍ର ଭେଟିଦେଇ ସାଜିଛି ଦର୍ଶକଙ୍କର ପ୍ରଥମ ପସନ୍ଦ । ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବାକୁ ଧ୍ୟାନରେ ରଖି ଦର୍ଶକଙ୍କୁ ଟିଭି ଦେଖିବା ମାଧ୍ୟମରେ ଉପହାର ଜିତିବାର ସୁଯୋଗ ଦେଉଛି ଜୀ ସାର୍ଥକ ।
ଜୀ ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତା, ଯେଉଁଠାରେ ଦର୍ଶକେ ସନ୍ଧ୍ୟା ୭,୩୦ ରୁ ୯.୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ ଦିଆଯାଉଥିବା ସାଧାରଣ ପ୍ରଶ୍ନର ଉତ୍ତର ଦେଇ ଉପହାର ଜିତିପାରିବେ । ମାର୍ଚ୍ଚ ୨୨ ରୁ ମେ ମାସ ୨୫ ତାରିଖ ଯାଏଁ ଏହା ଆୟୋଜିତ ହେଵାକୁ ଯାଉଛି ଯାହା ପାଇଁ ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବା ପାଇଁ ସ୍କ୍ରିନରେ ଦେଖାଯାଉଥିବା ନମ୍ବରରେ ମିସ୍ କଲ ଦେବାକୁ ପଡିବ । ଏହି ପ୍ରତିଯୋଗିତା ମାଧ୍ୟମରେ ୫ ଜଣ ବିଜେତା ବ୍ୟାଟେରୀ ଚାଳିତ ଗାଡି ଜିତି ପାରିବେ ଓ ଅନ୍ୟ ପକ୍ଷରେ ଦୈନିକ ୧୧୦୦ ପ୍ରତିଯୋଗୀ ମାସିକ ୨୯୯ ଟଙ୍କାର ରିଚାର୍ଜ ପ୍ଲାନ ଜିତି ପାରିବେ । ତେବେ ଏହାର ସମୟ ସୀମା ମାର୍ଚ୍ଚ ୨୨ ତାରିଖରୁ ମେ ମାସ ୨୫ ତାରିଖ ଯାଏଁ ରହିଛି । ଏବେ ଟିଭି ଦେଖି ଆକର୍ଷଣୀୟ ଉପହାର ଜିତିବାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
ଆପଣଙ୍କ ଭାଗ୍ୟରେ ହୁଏତ ଥାଇ ପାରେ ନୂଆ ଇଭି ବାଇକ ଯେଉଁଥି ପାଇଁ, କେବଳ ଟିଭି ଦେଖୁଥିବା ସମୟରେ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ତେବେ ଆସନ୍ତା ମାର୍ଚ୍ଚ ୨୨ ରୁ ମଇ ୨୫ ତାରିଖ ଭିତରେ ଜୀ ସାର୍ଥକରେ ମନ ପସନ୍ଦର ଧାରାବାହିକ ଦେଖି ପ୍ରଶ୍ନର ଉତ୍ତର ଦେଇ ଇଭି ଗାଡି ସହିତ ଉପହାର ଜିତନ୍ତୁ ବୋଲି ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ।