ଘରୋଇ ରନ୍ଧନ ଗ୍ଯାସ ଲିକ ଯୋଗୁଁ ନିଆଁ ଲାଗି ଆସବାବପତ୍ର ନଷ୍ଟ

ଘରୋଇ ରନ୍ଧନ ଗ୍ଯାସ ଲିକ ଯୋଗୁଁ ନିଆଁ ଲାଗି ଆସବାବପତ୍ର ନଷ୍ଟ

ରାଉରକେଲା, ୧୨/୯ : ସେକ୍ଟର-୧୫ ସ୍ଥିତ ‘ଇ’ ବ୍ଲକ ୪୧୩ କ୍ବାର୍ଟର ପ୍ରଦୀପ ବେହେରାଙ୍କ ଘରେ ରୋଷେଇ ଗ୍ଯାସ ନିର୍ଗତ ହୋଇ ନିଆଁ ଲାଗିଯାଇଥିଲା। ସରକାରଙ୍କ ଅଗ୍ନିଶମ ବିଭାଗ ଏବଂ ଇସ୍ପାତ କାରଖାନା ଅଗ୍ନିଶମ ବିଭାଗର ଅଗ୍ନି ନିର୍ବାପକ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ଯୋଗୁଁ ଘରର ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି।