ଆଜି ଗୁଜରାଟ-ବେଙ୍ଗାଲୁରୁ ଲଢ଼େଇ

ଆଜି ଗୁଜରାଟ-ବେଙ୍ଗାଲୁରୁ ଲଢ଼େଇ

ବେଙ୍ଗାଲୁରୁ,୪/୫ : ଆଇପିଏଲ-୧୭ର ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍‌ସ ମୁହଁାମୁହିଁ ହେବ। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବା ଲାଗି ଦୁଇ ଦଳ ପାଇଁ କର ବା ମର ସଦୃଶ ମ୍ୟାଚ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ଟି ମ୍ୟାଚରୁ ୩ଟି ବିଜୟ ୭ଟି ପରାଜିତ ହୋଇଛି। ସେହିପରି ଗୁଜରାଟ ୧୦ଟି ମ୍ୟାଚରୁ ୪ଟି ବିଜୟ ଓ ୬ଟି ପରାଜିତ ହୋଇଛି।

ଗୁଜରାଟ ଓ ବେଙ୍ଗାଲୁରୁ ନିକଟରେ ଆଉ ୪ଟି ଲେଖାଏଁ ମ୍ୟାଚ ବାକି ରହିଛି। ଉକ୍ତ ୪ଟି ଯାକ ମ୍ୟାଚ ଏବେ ଦୁଇ ଦଳ ପାଇଁ ନକ୍‌ଆଉଟ୍‌ ସଦୃଶ ହୋଇଛି। ବିଶେଷ କରି ବେଙ୍ଗାଲୁରୁ ଶେଷ ୪ଟି ଲିଗ୍‌ ମ୍ୟାଚ ମଧ୍ୟରୁ ଯଦି ଗୋଟିଏ ବି ପରାଜିତ ହୁଏ ତେବେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡ଼ିବା ନିଶ୍ଚିତ ହେବ। ଦୁଇ ଦଳ ମଧ୍ୟ​‌େ​‌ର ଗତ ୨୮ରେ ଅହମ୍ମଦାବାଦ୍‌ରେ ଖେଳାଯାଇଥିବ​‌ା ପ୍ରଥମ ଚରଣ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ୱିକେଟରେ ଗୁଜରାଟକୁ ପରାସ୍ତ କରିଥିଲା।