ଏପ୍ରିଲ ୧ରୁ ସୁଭଦ୍ରା ପାଇଁ ଆବେଦନ କରିପାରିବେ : ଉପମୁଖ୍ୟମନ୍ତ୍ରୀ

ଏପ୍ରିଲ ୧ରୁ ସୁଭଦ୍ରା ପାଇଁ ଆବେଦନ କରିପାରିବେ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮/୩ : ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଜନାରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁ ମହିଳାମାନେ ଏବେ ୨୧ ବର୍ଷରେ ପହଞ୍ଚିଛନ୍ତି ବିଶେଷ କରି ସେମାନଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। 

ସେମାନେ ଆସନ୍ତା ଏପ୍ରିଲ ୧ରୁ ଆବେଦନ କରିପାରିବେ। ଏଥିପାଇଁ ଏପ୍ରିଲ ୩୦ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅର୍ଥାତ ନୂଆ ଆବେଦନକାରୀ ପ୍ରାୟ ଏକ ମାସ ପାଇଁ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ସେମାନେ ନିକଟସ୍ଥ ‘ଆମ ସେବା କେନ୍ଦ୍ର’ର ମଧ୍ୟ ସହାୟତା ନେଇପାରିବେ।