କଟକ ସାହିତ୍ୟ ସରୋବର ୨୦୨୬ ; ସାହିତ୍ୟ ଓ ନୃତ୍ୟର ସମ୍ପର୍କ ଖୁବ ନିବିଡ଼ : ସୁବାସ ସିଂହ
ଭୁବନେଶ୍ବର,୨୮/୩ : କଟକ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମ ତରଫରୁ ଆୟୋଜିତ ହେଉଥିବା କଟକ ପୁସ୍ତକ ମେଳାର ପ୍ରଥମ ସଂସ୍କରଣ ’କଟକ ସାହିତ୍ୟ ସରୋବର ୨୦୨୬’ ମହା ସମାରୋହରେ ପାଳିତ ହେଉଥିବାବେଳେ ସମସ୍ତ ପରିବେଶ ପାଠକ ଓ ଦର୍ଶକଙ୍କୁ ଖୁଵ ନିଆରା ଅନୁଭୂତି ଦେଉଛି । ପ୍ରତ୍ୟେହ ସନ୍ଧ୍ୟାରେ ଶତାଧିକ ଦର୍ଶକଙ୍କ ଗହଣରେ ସାହିତ୍ୟ ଓ ନୃତ୍ୟ ମଞ୍ଚ ଦର୍ଶକଙ୍କୁ ଆମୋହିତ କରୁଛି । ଗତକାଲି ମଞ୍ଚରେ ମେୟର ସୁବାସ ସିଂହ, ବିଶିଷ୍ଟ ସାହିତ୍ୟକ ପ୍ରାଧ୍ୟାପକ ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ, ଗୀତିକବି ସମାଜର ସଭାପତି ଗୌର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପୁସ୍ତକ ଓ ପାଠକ ସମାଜର ଏକ ଅଙ୍ଗ ବୋଲି କହିଥିବାବେଳେ ସାହିତ୍ୟରେ ନୃତ୍ୟର ସମନ୍ୱୟ ପାଠକଙ୍କୁ ସମୋହନ କରେ ବୋଲି ମେୟର ସୁବାସ ସିଂହ କହିଛନ୍ତି ।
ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଶାଳା, ସଂସ୍କୃତି କେନ୍ଦ୍ର କଟକର ପ୍ରତିଷ୍ଠାତା " ଓଡ଼ିଆ ସାହିତ୍ୟରେ ନୃତ୍ୟର ପ୍ରୟୋଗ ଓ ପ୍ରଭାବ " ସନ୍ଧର୍ଭ ପାଇଁ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଅନୁବନ୍ଧିତ ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପରେ ଡକ୍ଟରେଟ ଉପାଧି ଲାଭ କରି ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପନା ଜାରି ରଖିଥିବା ଓଡ଼ିଆ ଅଧ୍ୟାପକ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ନିର୍ଦେଶିତ ଓ ଡ଼କ୍ଟର ସଂଗୀତା ସାହୁଙ୍କ ସଂଯୋଜିତ ଓଡ଼ିଶୀନୃତ୍ୟ ଗଣେଶ ବନ୍ଦନା ଓ ଜୟଦେବଙ୍କ କୃତ ଗୀତଗୋବିନ୍ଦ ଆଧାରିତ ନୃତ୍ୟ ସାହିତ୍ୟନୁରାଗୀ ଓ ନୃତ୍ୟପ୍ରେମୀ ଦର୍ଶକଙ୍କୁ କିଛି କ୍ଷଣ ପାଇଁ ନୃତ୍ୟ ମନସ୍କ କରିଥିଲା। ମହାନଗରନିଗମର ଲୋକ ସମ୍ପର୍କ ଅଧିକାରୀ ଅବିନାଶ ମହାପାତ୍ରଙ୍କ ଗାରିମାମୟ ଆୟୋଜନ ସମ୍ପାଦନା ସହ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉଦଘୋଷାକ ଇଂ ଶ୍ରୀନିବାସ ଘଟୁଆରି ମଞ୍ଚ ସଂଚାଳନ କରିଥିଲେ ।

Editor 


