ସମ୍ବଲପୁରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଶ୍ରୀମତୀ ସମ୍ବଲପୁର ପ୍ରତିଯୋଗିତା
ସମ୍ବଲପୁର,୧୬/୧୨(ଅଭ୍ୟର୍ଥନା ରଣା) : ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଶ୍ରୀମତୀ ସମ୍ବଲପୁର ୨୦୨୫ l "ବୀଣାପାଣି କଳା ବିକାଶ କେନ୍ଦ୍ର" ଅନୁଷ୍ଠନ ପକ୍ଷରୁ ଏହା ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁଯାଉଛି l ଏ ନେଇ ଆଜି ସମ୍ବଲପୁର ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l ଏଥିରେ ୧୮ରୁ ୫୮ବର୍ଷ ବୟସ୍କ ମହିଳାମାନେ ଭାଗ ନେଇପାରିବେ l
ଏହି ପ୍ରତିଯୋଗତାରେ ମହିଳାମାନେ ନିଜର ଅନ୍ତର୍ନିହିତ ପ୍ରତିଭା ଯାହାକୁ ସେମାନେ ପ୍ରଦର୍ଶନ କରିବାକୁ ମଞ୍ଚ ପାଉ ନାହାଁନ୍ତି ସେମାନେ ଏଠାରେ ତାହା ପ୍ରଦର୍ଶନ କରିପାରିବେ l ଆସନ୍ତା ଡିସେମ୍ବର ୨୭ ଓ ୨୮ତାରିଖରେ ଏହା ୨ଦିନ ଧରି ଅନୁଷ୍ଠିତ ହେବ l ପ୍ରଥମ ଦିନରେ ପ୍ରତିଯୋଗୀମାନେ ନିଜର ପରିଚୟ ପ୍ରଦାନ କରିବେ । ତଥା ସମ୍ବଲପୁରର କଳା, ସଂସ୍କୃତି, ମହିଳା ସଶକ୍ତିକରଣ ଉପରେ କିଛିଟା ପ୍ରଶ୍ନର ଉତ୍ତର ଦେବେ l ଏହା ସହ ଟ୍ୟାଲେଣ୍ଟ ରାଉଣ୍ଡରେ ନିଜର ପ୍ରତିଭା ନାଚ, ଗୀତ, ପେଣ୍ଟିଙ୍ଗ, ଚିତ୍ରଙ୍କନ, ରଙ୍ଗୋଲି ଆଦି ପ୍ରଦର୍ଶନ କରିବେ l ଏଥିରେ ଭଲ ପ୍ରଦର୍ଶନ କରିଥିବା ଟପ-୨୦ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଯିବେ l
ଦ୍ଵିତୀୟ ଦିନରେ ନିଜ ଗୋଟିଏ ରାଉଣ୍ଡ "ମାଇ କଲଚର ମାଇ ପ୍ରାଇଡ"ରେ ପ୍ରତିଯୋଗୀମାନେ ସପରିବାର ଯୋଗଦାନ କରିବାର ବ୍ୟବସ୍ଥା ରହିଛି l ଏଥିରେ ସେମାନେ ସମ୍ବଲପୁର ସମ୍ପର୍କିତ କିଛି ପ୍ରଶ୍ନର ଉତ୍ତର ଦେବେ l ତେବେ ଦ୍ଵିତୀୟ ଦିନରେ ଏହାକୁ ମିଶାଇ ୧୦ଟି ରାଉଣ୍ଡ ହେବ l ଜଜମାନେ ସର୍ବଶ୍ରେଷ୍ଠ ପ୍ରତିଯୋଗିକୁ ଚୟନ କରିବେ l

Editor 


