ଖଇରୀର ୪୫ତମ ତିରୋଧାନ ଦିବସ , ଜାଣନ୍ତୁ ଖଇରୀ ସହ ଶିମିଳିପାଳର କ’ଣ ରହିଛି ସମ୍ପର୍କ
ଭୁବନେଶ୍ବର,୨୮/୩ : ବାଘ ଓ ମଣିଷର ସମ୍ପର୍କ କଥା ଆସିଲେ ମନେ ପଡ଼ିଯାଏ ଖଇରୀର କଥା । ଏହି କଥା କାହାକୁ ବା ଅଜଣା । ଆଜି ସେହି ଖଇରୀର ୪୫ତମ ତିରୋଧାନ ଦିବସ । ଆସନ୍ତୁ ଆମେ ନଜର ପକାଇବା କିଛି ଅଜଣା କଥା । ସରୋଜ ରାଜ ଚୌଧୁରୀ ଓ ତାଙ୍କର ପତ୍ନୀ ନିହାର ନଳିନୀ ଦେବୀ ଖଇରୀକୁ ନିଜ ସନ୍ତାନ ଭଳି ଯତ୍ନ ନେଉଥିଲେ । କେବେ ଭାବି ନ ଥିଲେ ସେ ଗୋଟିଏ ବାଘୁଣୀ ବୋଲି । ସବୁ କିଛି ଭୁଲି ତାକୁ ନିଜ ଛୁଆଠାରୁ ବି ଅଧିକ ଭଲ ପାଉଥିଲେ । ଜଣେ ଘରର ସଦସ୍ୟା ଭଳି ସେ ଖୋଲାମେଳାରେ ରହି ଆସୁଥିଲା।
ସମସ୍ତଙ୍କ ସହିତ ଖେଳୁଥିଲା, ବୁଲୁଥିଲା, ଖାଉଥିଲା ଆଉ ଶୋଉଥିଲା ମଧ୍ୟ । କେବେ କାହାର କୌଣସି କ୍ଷତି କରି ନ ଥିଲା । ଯାହା ମୟୁରଭଞ୍ଜକୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥିଲା । ମଣିଷ ଓ ବାଘ ମଧ୍ୟରେ ଥିଲା ନିବିଡ଼ତା। ଦୂର ଦୂରାନ୍ତରୁ, ଦେଶ ବିଦେଶରୁ ଏହି ବାଘ ମଣିଷ ସମ୍ପର୍କର ନିବିଡ଼ତାକୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ସୁଅ ମଧ୍ୟ ଛୁଟୁଥିଲା । ଆଜି ବି ଲୋକେ ଶିମିଳିପାଳ ଗଲେ ସେଠାରେ ଖଇରୀ କଥା ମନେ ପକାଇଥାନ୍ତି ।
୧୯୮୧ ମସିହା ମାର୍ଚ୍ଚ ୨୮ତାରିଖ ମୟୁରଭଞ୍ଜ ଜିଲ୍ଲା ପାଇଁ ଥିଲା ଦୁଃଖଦ ଦିନ । ଜଳାନ୍ତକରେ ଆକ୍ରାନ୍ତଥିବା ଖଇରୀର ଏହି ଦିନରେ ମୃତ୍ୟୁ ହୋଇଥିଲା ।

Editor 


