ଅନୁପମ –ଅନୁଭବ ଯୋଡ଼ି ଫିଲ୍ମ "କର୍ମ"ର ଟିଜର ରିଲିଜ୍, ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା

ଭୁବନେଶ୍ବର, ୧୩/୯ : ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଟିଜର ରିଲିଜ୍ ହୋଇଛି l ଅନୁଭବ ଫ୍ୟାନ୍ସଙ୍କ ହୃଦୟକୁ ବେଶ ଛୁଇଁ ପାରିଛି କର୍ମର ଟିଜର l ମାତ୍ର ୫ ଘଣ୍ଟାରେ ଏକ ଲକ୍ଷ ଭିଉଜ୍ ହେବାର ରେକର୍ଡ ସୃଷ୍ଟି କରିଛି l ପୂର୍ବରୁ ଚିରିଙ୍ଗ ଚିରିଙ୍ଗ ଗୀତ ବେଶ #୮ ୟୁଟ୍ୟୁବ ଟ୍ରେଣ୍ଡିଙ୍ଗରେ ଚାଲିଛି l ଯାହା ଗଣେଶ ପୂଜା ପେଣ୍ଡାଲରେ ଶ୍ରୋତା ଙ୍କୁ ଝୁମେଇ ପାରିଛି l ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏକ ବିଗ ବଜେଟର ସିନେମା ଦଶହରାରେ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବା ପାଇଁ ଅନୁପମ ପଟ୍ଟନାୟକ ପ୍ରୟାସ କରିଛନ୍ତି l ପୂର୍ବରୁ ଅନୁପମ ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ଜାତୀୟ ପୁରସ୍କାର ଲାଭ କରି ଓଡ଼ିଆ ସିନେ ଜଗତ ପାଇଁ ଖୁସି ଆଣିଦେଇଥିଲା, ତାପରେ ତିନି ଜଣ ନାରୀ ଙ୍କ ସଂଘର୍ଷ ର କାହାଣୀକୁ ନେଇ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ର ତ୍ରିକନ୍ୟା ର ବିରାଟ ସଫଳତା ପରେ ଚଳଚ୍ଚିତ୍ର "କର୍ମ" ଇତିହାସ ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି l
କର୍ମକୁ ନେଇ ପାର୍ବଣ ଋତୁ ହୁଲୁସ୍ତୁଲ ହେବ ଏନେଇ ସବୁ ମହଲରେ ଏବେ ଚର୍ଚ୍ଚା l କର୍ମର ପ୍ରଯୋଜକ ଅନୁପମ ପଟ୍ଟନାୟକ ଓ ପ୍ରଯୋଜିକା ବର୍ଷା ପଟ୍ଟନାୟକ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ l ରଚନା କରିଛନ୍ତି ମାନସ ପଢ଼ିଆରୀ, ଚିତ୍ରତ୍ତୋଳନ ଦାୟିତ୍ୱ ରେ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶନା ଆଶୀଷ ପ୍ରଧାନ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ଅଭିନେତା ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଏବଂ ଦିବ୍ୟା ଅଭିନୟ କରିଛନ୍ତି l
ଅମୀୟ ପଟ୍ଟନାୟକ ପ୍ରଡ଼କସନ ବ୍ୟାନରରେ ଦର୍ଶକ ପୂର୍ବରୁ ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳାଠାକୁର, ଚକା ଆଖି ସବୁ ଦେଖୁଚି ଏବଂ ରାଜାରାଣୀ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ର ଦେଖି ଆସିଛନ୍ତି l ଅନୁପମ ତାଙ୍କ ମାନସ ସନ୍ତାନ ହିସାବରେ ତାଙ୍କରି ନାମ କୁ ଯଥାର୍ଥତା ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି l ଅନୁପମ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଧାରାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି l ପ୍ରତୀକ୍ଷା ଜରିଆରେ ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇପାରିଥିଲେ l
କର୍ମ ଟିମ୍ ଅର୍ଥାତ ଅନୁପମ ପଟ୍ଟନାୟକ ଙ୍କ ଟିମ୍ କର୍ମ କରିଚାଲିଛି l ସେଇ ଆଧାରରେ ଗୋଟିଏ ପରେ ଗୋଟିଏ ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇପାରୁଛନ୍ତି l ଆମ ଇଣ୍ଡଷ୍ଟ୍ରି ର ପ୍ରଯୋଜକ ମାନେ କଳି ଝଗଡା ଠାରୁ ଦୂରେଇ ରହି କର୍ମ କରିଚାଲିଲେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଉନ୍ନତି ହୋଇପାରିବ ବୋଲି କର୍ମ ଟିମ୍ ଏକ ପ୍ରକାର ବାର୍ତ୍ତା ଦେଉଛନ୍ତି l ତେବେ ଅନୁପମଙ୍କ ଜାତୀୟ ପୁରସ୍କୃତ ଚଳଚ୍ଚିତ୍ର ପ୍ରତୀକ୍ଷା ଏବଂ ତ୍ରିକନ୍ୟାଠୁ ଢେର ଅଧିକ ଭଲ ପାଇବା କର୍ମକୁ ଦର୍ଶକ ଦେବେ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା l