ଦୃଷ୍ଟିହୀନ ବିଶ୍ଵକପ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

ଦୃଷ୍ଟିହୀନ ବିଶ୍ଵକପ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲା ବ୍ଲକ ପ୍ରଶାସନ

ଖୁଣ୍ଟା,୬/୧୨ : ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହୋଇଥିବା ଦୃଷ୍ଟିବାଧିତ ବିଶ୍ୱକପ ୨୦୨୫-(ଟି-୨୦) ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ଵବିଜୟିତା ହେଇଥିବାବେଳେ ଏହି ଦଳରେ ୱିକେଟ କିପର ଭାବେ ସ୍ଥାନ ପାଇଥିବା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ବଡ଼ଫେଣୀ ପଞ୍ଚାୟତ ଅଧିନ ବାଲିମୁଣ୍ଡଳୀ ଗ୍ରାମର ପାର୍ବତି ମୁର୍ଣ୍ଣି ଶୁକ୍ରବାର ନିଜ ଗ୍ରାମ ବାଲିମୁଣ୍ଡଳୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ସମେତ ବ୍ଲକ ପାଇଁ ଗୌରବ ଆଣିଦେଇଥିବା ପାର୍ବତୀଙ୍କୁ ଖୁଣ୍ଟା ବଣିକ ସଂଘ ସମେତ ଖୁଣ୍ଟା ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଖୁଣ୍ଟାରେ ପହଞ୍ଚିବା ପରେ ବଙ୍ଗଳା ଛକଠାରେ ଖୁଣ୍ଟା ବଣିକ ସଂଘ ସମେତ ଅଞ୍ଚଳବାସୀ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପାରମ୍ପରିକ ଧୁମସା ମାଦଳ ବଜାଇ ଆଦିବାସୀ ନୃତ୍ୟଗୀତର ତାଳେ ତାଳେ ବଜାର ପରିକ୍ରମା କରାଇ ଖୁଣ୍ଟା ବ୍ଲକକୁ ପାଛଟି ନେଇଥିଲେ । ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ ବିଡିଓ ସତ୍ୟଜିତ ରାଉତ, ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତି, ତହସିଲଦାର ଶିବାନୀ ଭଞ୍ଜଦେଓ, ସହକାରୀ ଯନ୍ତ୍ରୀ ବିନୟଜ୍ୟୋତି ଲେଙ୍କାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ କର୍ମଚାରୀମାନେ ପାର୍ବତୀଙ୍କୁ ସ୍ଵାଗତ ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଉଦିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।