ବ୍ରାଣ୍ଡ ଆମ୍ବାସଡରକୁ ନେଇ ଚର୍ଚ୍ଚାରେ ମାଧୁରୀ ଦିକ୍ଷୀତ, ଜାଣନ୍ତୁ କେତେ ଟଙ୍କା ନେଇଛନ୍ତି
ଭୁବନେଶ୍ୱର,୩/୧୨ : ଓଡ଼ିଶା ରାଜନୀତିରେ ଚର୍ଚ୍ଚାରେ ବଲିଉଡ଼ର ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ । ଏ ଚର୍ଚ୍ଚା କିଛି ଭିନ୍ନ କାରଣକୁ ନେଇ ହୋଇଛି । ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ମୋଟା ଅର୍ଥ ନେଇଛନ୍ତି ବୋଲି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ନେଇଛନ୍ତି ମାଧୁରୀ। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ଉତ୍ତର ରଖିଛନ୍ତି।

Editor 


