ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ତ୍ରିରଙ୍ଗା ଉଡାଇଲେ ରାଜ୍ୟପାଳ
ଭୁବନେଶ୍ୱର୨୬/୧ : ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଭବ୍ୟ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ପରେଡରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, ସିଆରପିଏଫ୍, ଓଆଇଏସଏଫ୍ ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ହୋଇଛନ୍ତି ।
ସେହିପରି ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିଛି ୧୨ଟି ବିଭାଗର ପ୍ରଜ୍ଞାପନ ମେଢ ।

Editor 


