ଆସନ୍ତା ଦୁଇ ଦିନ ଘଡ଼ଘଡ଼ି ସହ ହାଲୁକା ବର୍ଷା ଆଶଙ୍କା

ଆସନ୍ତା ଦୁଇ ଦିନ ଘଡ଼ଘଡ଼ି ସହ ହାଲୁକା ବର୍ଷା ଆଶଙ୍କା

ଭୁବନେଶ୍ୱର,୨୩/୨  : ସୋମବାରମଙ୍ଗଳବାର ଘଡ଼ଘଡ଼ି ସହ ହାଲୁକା ବର୍ଷା ଆଶଙ୍କା। ରାଜ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହୋଇପାରେ । ଘଡ଼ଘଡ଼ି ସହ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , ମୟୁରଭଂଜ,କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଲର୍ଟ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ଘଡ଼ଘଡି ସହବର୍ଷା ସମ୍ଭାବନା ରହିଛି ।

ଏହାଛଡ଼ା ପବନର ବେଗ ମଧ୍ୟ ୩୦ ରୁ ୪୦ ବେଗରେ ପବନ ବି ବହିପାରେ  । ଏହା ପରେ ୨୫ ତାରିଖରୁ ପାଗ ଶୁଖିଲା ରହିବ  । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଜଣାପଡ଼ିଛି ।