ଇଂରାଜୀ ନୂତନ ବର୍ଷ ଏବଂ ପ୍ରାର୍ଥନା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ : ଟିକାୟତ ନାୟକ, ସମ୍ପାଦକ, ଓଡ଼ିଶା ଅପଡେଟ

ଇଂରାଜୀ ନୂତନ ବର୍ଷ ଏବଂ ପ୍ରାର୍ଥନା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ : ଟିକାୟତ ନାୟକ, ସମ୍ପାଦକ, ଓଡ଼ିଶା ଅପଡେଟ

ଭୁବନେଶ୍ବର,୧/୧ : ଇଂରାଜୀ ନୂତନ ବର୍ଷ ୨୦୨୬କୁ ସ୍ବାଗତ । ନୂଆ ସକାଳ ନୂଆ ଉଦ୍ଦୀପନା ନେଇ ଆରମ୍ଭ ହୋଇଛି ନୂତନ ବର୍ଷର ନୂଆ ସକାଳ । ‘ଓଡ଼ିଶା ଅପଡେଟ’ର ସମ୍ପାଦକ ଭାବେ ମୁଁ ପ୍ରଥମେ ଆମ ‘ଓଡ଼ିଶା ଅପଡେଟ’ର ସମସ୍ତ ପରିବାରବୃନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।  

ଇଂରାଜୀ ନୂତନ ବର୍ଷ ଏବଂ ପ୍ରାର୍ଥନା ଦିବସ ଅବସରରେ ମୁଁ ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଁ ପ୍ରଣାମ ଜଣାଇ ରାଜ୍ୟବାସୀ ଏବଂ ଦେଶବାସୀଙ୍କର ମଙ୍ଗଳକାମନା କରୁଛି । ସମସ୍ତ ଦେଶବାସୀ ଏବଂ ରାଜ୍ୟବାସୀ ଆନନ୍ଦରେ ରହନ୍ତୁ, ଖୁସିରେ ରହନ୍ତୁ, ମଙ୍ଗଳରେ ରହନ୍ତୁ । ସମସ୍ତେ ଏକମନରେ ଏକ ଧ୍ୟାନରେ ରହି ଦେଶକୁ ଏବଂ ରାଜ୍ୟକୁ କିଭଳି ବିକଶିତ କରିପାରିବା ସେହି ପରିକଳ୍ପନା ନେଇ ଆମେ ଶପଥ କରିବା କି ନିଜ ମନକୁ ସ୍ଥିର କରି କିଭଳି କାର୍ଯ୍ୟ କରିବା ଏତିକି ମୋର ସମସ୍ତଙ୍କ ପାଖରେ ପ୍ରାର୍ଥନା ।