ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାରକୋର୍ଡ ବ୍ୟବସ୍ଥା, ପ୍ରଶ୍ନପତ୍ର ଭାଇରାଲ୍ ରୋକିବ !

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାରକୋର୍ଡ ବ୍ୟବସ୍ଥା, ପ୍ରଶ୍ନପତ୍ର ଭାଇରାଲ୍ ରୋକିବ !

କଟକ, ୧୪/୧ : ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ। ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ତାହା ଜଣାପଡ଼ିବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ପ୍ରକାଶ ଯେ, ବିଗତ କିଛି ବର୍ଷ ହେବ ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବା ନେଇ ଖବର ସାମ୍ନାକୁ ଆସୁଛି । ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ବୋର୍ଡ଼ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।