୨୭ରେ ଓଡ଼ିଶା ଆସିବେ ଇସିଆଇ

୨୭ରେ ଓଡ଼ିଶା ଆସିବେ ଇସିଆଇ

ଭୁବନେଶ୍ବର,୨୬/୧୨ : ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର । ସେ ୩ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ । ଭୁବନେଶ୍ଵରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁରୀରୁ ସେ କୋଣାର୍କ ଯିବେ।

୨୮ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ। ୨୯ ତାରିଖରେ ସେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।