ବାତ୍ୟା କିମ୍ବା ଅବପାତ ହେବନି : ଆଇଏମ୍ଡି ଡିଜି
ଭୁବନେଶ୍ଵର,୧୪/୯ : ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ସେ କହିଛନ୍ତି, ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ ଦୁଇ ଦିନ ଧରି ବର୍ଷା ହେଉଥିଲା, ତାହା କମିବାକୁ ଲାଗିବ।
ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇରହିଛି। ତେଣୁ ବର୍ଷାର ପରିମାଣ ଧୀରେ ଧୀରେ କମିବ। ପାର୍ବଣରେ ବର୍ଷା ହେବ କି ନାହିଁ , ଏବେଠୁ କହିହେବ ନାହିଁ। କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉନଥିବା ଆଇଏମଡି ଡିଜି କହିଛନ୍ତି।

Editor 


