ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ରାଉରକେଲା, ୫/୯ : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ କଲଚରାଲ ଏକାଡେମୀ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ କାବ୍ୟ କବିତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ବିଷ୍ଣୁପ୍ରିୟା ମହାପାତ୍ରଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ କାଶୀନାଥ ପାତ୍ରଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ  ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ମହାପରିଚାଳକ ବିଜୟ କୁମାର ଯୋଯୋ ମୁଖ୍ୟଅତିଥି ଓ ଗଜପତି ଜିଲ୍ଲାର ଉପଆରକ୍ଷୀ ଅଧିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଡ଼ଃ ଚନ୍ଦ୍ରଶେଖର ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ' ରଘୁନାଥ ଦାସ ଙ୍କ ଜଟାୟୁ କବିତା ରେ ସାଧାରଣ ମଣିଷର କଥା ' ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ଡ଼ଃ ହୋତା ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରଗତିବାଦୀର ଭଗିରଥ ଥିଲେ ରଘୁନାଥ ଦାସ। ତାଙ୍କ ରଚିତ ଜଟାୟୁ ଏକ ସଫଳତମ କୃତି। ରାମାୟଣରେ ଦର୍ଶା ଯାଇଥିବା ଜଟାୟୁ ପକ୍ଷୀକୁ ସେ ଅନ୍ୟାୟ,ଅନୀତି କୁ ପ୍ରତିରୋଧ କରୁଥିବା ଏକ ପ୍ରତିସ୍ବର ରୂପେ ଅବହିତ କରିଥିଲେ। ରାମାୟଣରେ ପ୍ରଥମେ ଜଟାୟୁ ସହିଦ ହୋଇଥିବା,ନିଜର ଡେଣା ଛିଡିଯିବା ସତ୍ତ୍ୱେ ସଂଗ୍ରାମ ଜାରି ରଖିଥିବାରୁ ତାକୁ ସଂଘର୍ଷ ର ସ୍ବର ବୋଲି କବି ମତ ଦେଉଛନ୍ତି ବୋଲି କହିଥିଲେ। ରଘୁନାଥଙ୍କ କବିତା ପଦ୍ମତୋଳା, ବାଟୋଇ, ଶତାବ୍ଦୀର କଥା ଆଦିରେ ଗାଁର ଲୋକମାନେ କିପରି ଶୋଷଣ ଓ କଷଣର ଶିକାର ସେ ସମ୍ପର୍କରେ ଅତି ମାର୍ମିକ ଭାବେ ସେ ରଚନା କରିଛନ୍ତି।

ସେହିପରି ତାଙ୍କ କବିତାରେ ବୈଜ୍ଞାନିକ ଓ ପରୀକ୍ଷାଧର୍ମୀ ବେଶ୍ ପରିଲକ୍ଷିତ ହୋଇଛି ବୋଲି ଡ଼ଃ ହୋତା ମତ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ଯୋଯୋ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାହିତ୍ୟର ଜୟଯାତ୍ରା ଓ ଏଥିରେ ରାଉରକେଲା ର ସହଭାଗିତା କୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀମତୀ ମହାପାତ୍ର ସ୍ବାଗତ ଭାଷଣ ଓ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ଅତିଥିଙ୍କ ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଡ଼ା କୃପାସିନ୍ଧୁ ନାୟକଙ୍କ ସଭାପତିତ୍ବ ଓ କବି ବଳରାମ ରାଉଳଙ୍କ ସଂଯୋଜନାରେ କୁଞ୍ଜବିହାରୀ ରାଉତ, ପ୍ରତାପ ପଣ୍ଡା, ଅଶୋକ କୁମାର ପଟ୍ଟନାୟକ, ଅର୍ଚ୍ଚନା ପାତ୍ର, ଆର୍ତ୍ତତ୍ରାଣ ମହାପାତ୍ର, ସତ୍ୟନାରାୟଣ ଦାଶ, ରଶ୍ମି ସାହୁ, ଗଦାଧର ରଥ,ସଞ୍ଜୀବ ଭୋଇ, ଅଶୋକ ରାଉତ, ଗୈାତମ ଦାସ, ବଳରାମ ରାଉଳ ଓ ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ପ୍ରଭାତ ମଲ୍ଲିକ, ଡ଼ଃ ସୁମନ ଦତ୍ତ, ରାଜୀବ ପାଣି, ଚନ୍ଦ୍ରଶେଖର ଶତପଥୀ, ବିଚିତ୍ରାନନ୍ଦ ସାହୁ, ସୁସ୍ମିତା ମହାପାତ୍ର, ପ୍ରଫୁଲ୍ଲ ସାମଲ, କାଶୀନାଥ ନନ୍ଦୀ, ସତ୍ୟବ୍ରତ ଦାସ, ଗୀତା ରାଣୀ ବେହେରା, ରମେଶ ଚନ୍ଦ୍ର ପାତ୍ର, କିଶୋର ଚନ୍ଦ୍ର ଦାଶ, ଅରବିନ୍ଦ ପାତ୍ର, ରାଧାମୋହନ ନାୟକ, ଶ୍ରୀଧର ସୁନା, ପ୍ରହ୍ଲାଦ ଦାସ, ଗଗନ ବିହାରୀ ଧଳ,ଆଲୋକ ବୋଷ, ବବିତା ମହାପାତ୍ର,ଆଶ୍ଳେଷା ଅଭିଲିପ୍ସା ପଣ୍ଡା,ଶରତ ଦାସ, ଗଙ୍ଗାଧର ପୁହାଣ, ତ୍ରିଲୋଚନ ସ୍ବାଇଁ, ଅଙ୍ଗୁରବାଳା ପରିଡ଼ା, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।