୧୧ ରେ ସମ୍ବିଧାନ ବଞ୍ଚାଅ ସମାବେଶ

ଭୁବନେଶ୍ବର, ୯/୭ : ଆସନ୍ତା ୧୧ ତାରିଖରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ହେବ କଂଗ୍ରେସର ସମାବେଶ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଯୋଗ ଦେବେ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । AICC ସଭାପତି ମଲିକାର୍ଜ୍ଜୁନ ଖଡଗେ ମଧ୍ୟ ଯୋଗ ଦେବେ । ବରିଷ୍ଠ ନେତା କେ.ସି ଭେନୁଗୋପାଲ ବି ଯୋଗ ଦେବେ ।
୨୦୨୪ନିର୍ବାଚନର ବର୍ଷେ ପରେ ପୁଣଇ ଚଳଚଞ୍ଚଳ ହୋଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଆସନ୍ତା ୧୧ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଥିବା ବେଳେ, ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାକୁ ଦଳ ଅଣ୍ଟା ଭିଡ଼ିଛି । ୩0ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି ।