ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ଓ ଦେବ ଦଳନ ରଥ

ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ଓ ଦେବ ଦଳନ ରଥ

ପୁରୀ,୫/୭: ଆଜି ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଦାରୁବିଗ୍ରହ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗେ ଆଗେ ଆସି ସିଂହଦ୍ୱାରରେ ଲାଗିଛି ତାଳଧ୍ୱଜ ରଥ। ପରେ ଆସି ସୁଭଦ୍ରାଙ୍କ ଦେବଦଳନ ରଥ ଲାଗିଛି । ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ ହୋଇ ପଡୁଛି ବଡ଼ଦାଣ୍ଡ। ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ।

ସୂଚନା ଯୋଗ୍ୟ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଥିଲା। ଅନ୍ୟପକ୍ଷେ ବାହୁଡ଼ା ଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।