ପୁରୀ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ପରଲୋକରେ ରାଜ୍ୟ ସଭାପତିଙ୍କ ଶୋକ
ଭୁବନେଶ୍ୱର, ୨୧/୧୦: ପୁରୀ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଡ. ବିଶ୍ୱନାଥ ରଥଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ରଥ ଜଣେ ମିଷ୍ଟଭାଷୀ, ଉତ୍ସର୍ଗୀକୃତ କର୍ମୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତଃ ରଥ ପୂର୍ବତନ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ହେବା ସହ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଥିଲେ । ଭାରତ ସରକାରଙ୍କ ନାରିକେଳ ବିକାଶ ବୋର୍ଡ଼ର ପୂର୍ବତନ ଉପାଧ୍ୟକ୍ଷ ଥିଲେ । ତାଙ୍କ ବିୟୋଗ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସ୍ୱର୍ଗତଃ ରଥଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Editor 


