ପିଲାବେଳେ ଖେଳିବାକୁ ନ ଥିଲା ଖେଳନା, ଆଜି ୫୫୦କୋଟିର ମାଲିକାଣୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୭/୫ : ଫଟୋରେ ଦେଖୁଥିବା ଏହି ଛୋଟ ପିଲା ଆଜି ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ ଅଭିନେତ୍ରୀଙ୍କ ମଧ୍ୟରେ ଗଣା । ଏହି ଅଭିନେତ୍ରୀ ଜଣଙ୍କ ନିଜ କ୍ୟାରିୟରରେ ବହୁ ସୁପରହିଟ ଫିଲ୍ମ ଦେଇଛନ୍ତି ଏବଂ ନିଜ ଦମଦାର ଅଭିନୟର ଛାପ ଛାଡ଼ିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ନିଜ ଫିଲ୍ମ ଲାଗି କେତେକ ନ୍ୟାଶନାଲ ଆଓ୍ବାର୍ଡ଼ ସହିତ କେତେକ ପୁରସ୍କାର ମଧ୍ୟ ନିଜ ନାଁରେ କରିଛନ୍ତି । ଆଜି ଏ ବହୁ କୋଟିର ମାଲିକାଣୀ । ମାତ୍ର ଏହି ଅଭିନେତ୍ରୀଙ୍କ ପିଲାବେଳ ବହୁ ଗରିବିରେ କଟିଥିଲା ।
ପ୍ରକାଶ ଯେ, ଫଟୋରେ ଦେଖୁଥିବାଏହି ପିଲାର କଥା ଆମେ କହୁଛୁ । ଏ ହେଉଛନ୍ତି ଆଉ କେହି ନୁହେଁ ଆଲିଆ ଭଟ୍ଟ । ଆଲିଆ ଆଜି ବଲିଉଡ଼ର ଟପ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । କିନ୍ତୁ ଅଭିନେତ୍ରୀଜଣଙ୍କ ବହୁ ଗରିବିରେ ତାଙ୍କ ପିଲାବେଳ କଟାଇଥିଲେ । ଅଭିନେତ୍ରୀଙ୍କ ମା’ ଏବଂ ବରିଷ୍ଠ ଅଭିନେତ୍ରୀ ସୋନୀ ରାଜଦା ନିଜେ ଏହି କଥାର ଖୁଲାସା କରିଥିଲେ । ପ୍ରକାଶ ଯେ, ଦ ନାଡ ମ୍ୟାଗ ଲାଗି ଆଲିଆଙ୍କ ସହ କଥା ହେବା ସମୟରେ ସୋନୀ ଉକ୍ତ ସମୟ କଥା କହିଥିଲେ ଯେତେବେଳେ ଆଲିଆ ଛୋଟ ଥିଲେ । ସୋନୀ କହିଥିଲେ କି ତାଙ୍କ ସ୍ବାମୀ ନିର୍ଦେଶକ ମହେଶ ଭଟ୍ଟ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ ।
ସେତଳେବେଳେ ମୋତେ ଜଣେ ସିଙ୍ଗଲ ପ୍ୟାରେଣ୍ଟ ଭଳି ମନେ ହେଉଥିଲା । ମହେଶ ସପୋର୍ଟିଭ ଥିଲେ, କିନ୍ତୁ ସେ କାମରେ ବହୁତ ବ୍ୟସ୍ତ ରହୁଥିଲେ । ଗୋଟିଏ ଦିନରେ ତିନି ଫିଲ୍ମ ସୁଟିଂ କରୁଥିଲେ । ମୋତେ ମନେ ଅଛି ସାହୀନ କେବଳ ସପ୍ତାହର ଥିଲା ଯେତେବେଳେ ସେ ଏକ ସୁଟିଂ ଲାଗି ଚାଲିଯାଇଥିଲେ । ମୋ ପାଖରେ ସତରେ ଏକ ପିଲା ରହିଯାଇଥିଲା ଯିଏ ରାତିରେ ଶୋଇବାକୁ ମନା କରିଦେଇଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି କି , ସେହି ସମୟରେ ଆମେ ଏକ ଛୋଟ ବେଡ଼ରୁମ ଥିବା ଫ୍ଲାଟରେ ରହୁଥିଲୁ । ଆମ ପାଖରେ ବହୁତ ପଇସା ନ ଥିଲା । ଆମେ ୟଙ୍ଗ ଥିଲୁ, ଆମେ ଏହାକୁ ନିର୍ମାଣ କରିବା ଲାଗି ସଂଘର୍ଷ କରୁଥିଲୁ । କିନ୍ତୁ ପିଲାଙ୍କୁ ବହୁତ ଭଲପାଇବାରେ ପାଳନ କରାଯାଇଛି । ଆମ ପାଖରେ ସ୍ମାର୍ଟଫୋନ ବି ନ ଥିଲା । ଆଲିଆଙ୍କ ପାଖରେ ଖେଳିବାକୁ ଘର ବି ନଥିଲା । କିନ୍ତୁ ସେତେବେଳେ ଲାଇଫ ସିମ୍ପଲ ଥିଲା ।