ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ

ଭୁବନେଶ୍ୱର,୧୬/୫ : ରାଜଧାନୀ ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ରୋଡ୍ ସୋ କରିଛନ୍ତି । ମାଉସୀ ମା’ମନ୍ଦିର ଛକରୁ ରୋଡ ସୋ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ହୋଇଛି । ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ନଡ୍ଡାଙ୍କ ସହ ରୋଡ ସୋ ରେ ସାମିଲ ହୋଇଥିଲେ ।
ଶୋଭାଯାତ୍ରା ପରେ ଜେପି ନଡ୍ଡା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ଅପରାହ୍ନରେ ପଦ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଉଦବୋଧନ ଦେବେ ନଡ୍ଡା । ସାଢେ ୩ଟାରେ ସୁନ୍ଦରଗଡରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।