ଦର୍ଶକଙ୍କ ହୃଦୟକୁ ଛୁଇଁ ପାରୁନି ଯାତ୍ରା ନାଟକ : ନବ କିଶୋର ମାଣିକ

ଦର୍ଶକଙ୍କ ହୃଦୟକୁ ଛୁଇଁ ପାରୁନି ଯାତ୍ରା ନାଟକ : ନବ କିଶୋର ମାଣିକ

ଭୁବନେଶ୍ବର,୬/୮ : ଯାତ୍ରାର ଦର୍ଶକ ଭିନ୍ନ । ଓଡିଶାରେ ଯାତ୍ରାକୁ ନେଇ ରହିଛି ବହୁ କ୍ରେଜ୍ । ଓଡିଆ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ବହୁ ଲୋକେ ପସନ୍ଦ କରିଥାନ୍ତି । ମାତ୍ର ଏବେ ଯାତ୍ରାରେ ପରିବେଷଣ ହେଉଥିବା ନାଟକକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଯାହା ଉଠାଇଛନ୍ତି ଯାତ୍ରା ସାମ୍ବାଦିକ ନବ କିଶୋର ମାଣିକ । ସେ ତାଙ୍କର ସୋସିଆଲ ମିଡ଼ିଆରେ ସେୟାର କଲା ପରେ ଏହାକୁ ନେଇ ଯାତ୍ରା ଦୁନିଆରେ ସୃଷ୍ଟି ହୋଇଛି ହଟଚମଟ ।

ସେ ଲେଖିଛନ୍ତି, ପ୍ରଥମରୁ କହି ରଖୁଛି । କେହି ଦେହକୁ ନେବେନି....!! । ଯାତ୍ରା ପ୍ରେମୀ ଦର୍ଶକ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନର ପ୍ରଯୋଜକ ଓ ମ୍ୟାନେଜରଙ୍କୁ ଅନୁରୋଧ କରିଛନ୍ତି । ଯାତ୍ରା ଅନୁଷ୍ଠାନମାନେ ଯେଉଁ ନାଟକ ପରିବେଷଣ କରୁଛନ୍ତି, ହାତ ଗଣତି କେତୋଟି ଯାତ୍ରା ଅନୁଷ୍ଠାନକୁ ଛାଡ଼ି ଦେଲେ ଅନ୍ୟ ଯାତ୍ରା ଅନୁଷ୍ଠାନମାନଙ୍କ ନାଟକ ସେମିତି ହୃଦୟକୁ ଛୁଇଁଲା ଭଳି ହୋଇପାରୁନି । ଭଲ ନାଟକ ପରିବେଷଣ କରି ପାରୁନାହାନ୍ତି । ଓଡ଼ିଶାର କୋଣ ଅନୁକୋଣରେ ଯେଉଁ ଯାତ୍ରା ଦର୍ଶକ ଅଛନ୍ତି ସେମାନେ ୨୦୦ଟଙ୍କା, ୨୫୦ଟଙ୍କା ଦେଇ ନାଟକକୁ ଦେଖିବାକୁ ଆସୁଛନ୍ତି । ସେହି ଲୋକମାନେ ଆଜି ଅଭିଯୋଗ କରିଛନ୍ତି କି ଯାତ୍ରା ଅନୁଷ୍ଠାନମାନେ ନାଟକକୁ ଭଲ କି ତର୍ଜମା କରନ୍ତୁ । ତା’ପରେ ନାଟକ କରନ୍ତୁ । କାରଣ ଯେଉଁ ଦର୍ଶକ ନାଟକ ପ୍ରେମୀ ନିଜର ପରିଶ୍ରମର ଅର୍ଥରୁ ନାଟକ ଦେଖିବାକୁ ଆସନ୍ତି । ନାହିଁ କି କେଉଁ ବଡ଼ ବଡ଼ିଆ ବାବୁଙ୍କ ଭଳି ଯାତ୍ରା ଅନୁଷ୍ଠାନଠାରୁ ପାସ୍ ନେଇ ଆସିଥାନ୍ତି । ତେଣୁ ଯାତ୍ରା ଦର୍ଶକ ପ୍ରତ୍ୟେକ ଅନୁଷ୍ଠାନମାନଙ୍କୁ ନିବେଦନ ଜଣାଇଛନ୍ତି । ପ୍ରଥମରୁ କହି ରଖିଛି, କେହି ଦେହକୁ ନେବେନି ଧନ୍ୟବାଦ୍....!!

ଏହା ଲେଖିବା ପରେ ଏବେ ଯାତ୍ରା ଦୁନିଆର ଗୁମର ଖୋଲିଛି । ଯାତ୍ରା ପ୍ରେମୀଙ୍କ ମନରେ ଏବେ ପ୍ରଶ୍ନ ଛିଡ଼ା ହୋଇଛି । ଆମେ କେବେ ଭଲ ନାଟକ ଦେଖିବୁ । ରାତିରେ ଆମେ ନିଜ ପସନ୍ଦର ବହି ଦେଖି ନିଜକୁ ମନୋରଞ୍ଜନ କରିପାରିବୁ । ନିଶ୍ଚିତ ଭାବେ ଆଗାମୀ ଦିନରେ ଏହାର ସମାଧାନ ହେବା ନେଇ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନର ପ୍ରଯୋଜକ ଓ ମ୍ୟାନେଜରଙ୍କଠାରୁ ଦର୍ଶକମାନେ ଆଶାବାଦୀ ଅଛନ୍ତି ।