ଜୟ ଓଡ଼ିଶାର ୧୫ତମ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର, ୧୭/୮ : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଓଡ଼ିଶା ଦ୍ୱାରା ଏହାର "ରକ୍ତଦାନ" ଯୋଜନାର ୧୫ତମ ରକ୍ତଦାନ ଶିବିର ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଆୟୋଜିତ ହୋଇଯାଇଛି । କଳିଙ୍ଗ ଅଟୋମୋବାଇଲ୍ସ୍ ଗ୍ରୁପର ସହଭାଗୀତାରେ ଭୁବନେଶ୍ୱରର ୟୁନିଟ୍–୧ ସ୍ଥିତ କଳିଙ୍ଗ କମପ୍ଲେକ୍ସରେ ଆୟୋଜିତ ହୋଇଥିଲା ।
ଏହି ଅବସରରେ କଳିଙ୍ଗ ଅଟୋମୋବାଇଲ୍ସ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର୍ ତୁତୁଲ୍ ଦାଶ ଏବଂ ସିକ୍ତା ଦାଶ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଅତିଥି ଭାବେ କ୍ୟାବିନେଟ ମନ୍ତ୍ରୀ(ଲ,ୱାର୍କ ଓ ଏକ୍ସାଇଜ) ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
କ୍ରମାଗତ ଭାବେ ବିଭିନ୍ନ ସଂଗଠନ ସହ ମିଶି ଏପରି ରକ୍ତଦାନ ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଥିବା ଏହି ନିଆରା ପ୍ରୟାସକୁ ଏବଂ ଆୟୋଜକଙ୍କୁ ପୃଥ୍ୱୀରାଜ ହରିଚନ୍ଦନ ଖୁବ୍ ପ୍ରସଂଶା କରିଥିଲେ ଓ ଆଗାମୀ ଦିନରେ ସମାଜ ପାଇଁ ଏପରି ମହତ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ଶିବିରରେ କଳିଙ୍ଗ ଅଟୋମୋବାଇଲ୍ସ୍ର କର୍ମଚାରୀମାନଙ୍କ ସମେତ ସ୍ଥାନୀୟ ଲୋକମାନେ ତଥା ୟୁନିଟ୍ ୧ ମାର୍କେଟର ବ୍ୟବସାୟୀମାନେ ମଧ୍ୟ ସ୍ଵଇଚ୍ଛାରେ ଉତ୍ସାହର ସହ ରକ୍ତଦାନ କରିଥିଲେ ।
କଳିଙ୍ଗ ଅଟୋମୋବାଇଲ ଗ୍ରୁପ ଭଳି ଅନ୍ୟାନ୍ୟ କର୍ପୋରେଟ ସଂସ୍ଥାମାନେ ମଧ୍ୟ ଏହିଭଳି ରକ୍ତଦାନ କାର୍ଯ୍ୟରେ ନିଜକୁ ଅନ୍ତର୍ଭୁକ୍ତ କରାଇଲେ ନିଶ୍ଚୟ ଦେଖାଦେଉଥିବା ରକ୍ତଭାବ ଧୀରେ ଧୀରେ କମିଯିବ ବୋଲି ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି । ଆଗାମୀ ଅଗଷ୍ଟ ୨୩ ତାରିଖରେ ଶୁଶୃତ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ୧୬ତମ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି।