ଜୁଲାଇ ୪ ନୁହେଁ ୧୧ତାରିଖରେ ରିଲଜ ହେବ ‘I am କାଳିଆ’

ଭୁବନେଶ୍ବର, ୩/୭ : ଜୁଲାଇ ୪ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ ‘I am କାଳିଆ’ ୪ ନୁହେଁ ବରଂ ୧୧ତାରିଖରେ ରିଲିଜ ହେବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଓଡ଼ିଶାର ଅନେକ ଜିଲ୍ଲାରେ ବର୍ତ୍ତମାନ ବନ୍ୟା ସ୍ଥିତି ଦେଖାଦେଇଛି ଏବଂ ଆଗାମୀ ଦିନରେ ହେବାକୁ ଥିବା ବର୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
ଆହୁରି ମଧ୍ୟ କୁହାଯାଇଛି ଯେ, ଆମର ପ୍ରିୟ ଦର୍ଶକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଆମେ ମହାପ୍ରଭୁଙ୍କ ପ୍ରତି ସମର୍ପିତ ଓ ଚର୍ଚ୍ଚିତ ସିନେମା ‘iam କାଳିଆ’କୁ ଜୁଲାଇ ୪ତାରିଖ ପରିବର୍ତ୍ତେ ଜୁଲାଇ ୧୧ତାରିଖକୁ ଘୁଞ୍ଚାଇବା ପାଇଁ ବାଧ୍ୟ ହେଉଛୁ । ଏହା ମହାପ୍ରଭୁଙ୍କ ଇଛା ବୋଲି ଧରିବାକୁ ପଡ଼ିବ ବୋଲି ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।