ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁମ ବିନା’ରେ ନୂଆ ମୋଡ, ଧରାପଡ଼ିବ କି ରିଚା ? ଦେଖନ୍ତୁ ସୋମବାରରୁ ଶନିବାର ରାତି ୮ଟାରେ

ଭୁବନେଶ୍ବର, ୭/୩ : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ଚଳଚ୍ଚିତ୍ର, ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି । ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ଏହା ମଧ୍ୟରେ ସବୁଠୁ ଅଧିକ ଭଲପାଇବା ମିଳିଥିବା ଧାରାବାହିକ ସାଜିଛି ‘ତୁମ ବିନା’ । ଯାହା ସୋମବାରରୁ ଶନିବାର ରାତ୍ର ୮.୦୦ ଘଟିକା ସମୟରେ ଜୀ ସାର୍ଥକରେ ପ୍ରସାରଣ ହେଉଛି । ଏହି ଧାରାବାହିକରେ ଆସିବାକୁ ଯାଉଛି ଏବେ ନୂଆ ମୋଡ ।
ନକଲି ଗର୍ଭପାତ ରିପୋର୍ଟ ଅକ୍ଷୟଙ୍କୁ ଚୁପ୍ ରହିବାକୁ ବାଧ୍ୟ କରେ ଯାହା ଲକ୍ଷ୍ମୀଙ୍କୁ ଖୁବ କଷ୍ଟ ଦିଏ ଯାହାର ପ୍ଲାନ କରିଛି ରିଚା ନିଜେ । ଏହି ମାନସିକ ସ୍ଥିତିରେ ଲକ୍ଷ୍ମୀ ଘରୁ ବାହାରି ଯିବାକୁ ନିଷ୍ପତ୍ତି ନିଅନ୍ତି । । ଅନ୍ୟ ପକ୍ଷରେ ଲକ୍ଷ୍ମୀଙ୍କ ପ୍ରତି ପ୍ରେମ ଏବଂ ତାଙ୍କ ମାଆଙ୍କ ଚାପ ମଧ୍ୟରେ ଭାଙ୍ଗି ପଡ଼ିଥିବା ଅକ୍ଷୟ ଶେଷରେ ବାଧ୍ୟ ହୋଇ ଲକ୍ଷ୍ମୀଙ୍କୁ ଛାଡି ଦିଅନ୍ତି ହେଲେ ରିଚାର ନକଲି ଡିଏନଏ ରିପୋର୍ଟର ତଦନ୍ତ କରିବା ପାଇଁ ଅକ୍ଷୟ ନିଷ୍ପତ୍ତି ନିଅନ୍ତି l ଏହି ସମୟରେ ସଂଯୁକ୍ତା ରିଚା ପାଇଁ ଏକ ବେବି ସାୱରର ଆୟୋଜନ କରନ୍ତି ଓ ଲକ୍ଷ୍ମୀଙ୍କୁ ଅପମାନିତ କରିବାକୁ ଜାଣିଶୁଣି ନିମନ୍ତ୍ରଣ କରିଥାନ୍ତି । ଲକ୍ଷ୍ମୀ ଓ ଅକ୍ଷୟଙ୍କ ମଧ୍ୟରେ ଥିବା ପ୍ରେମ ଓ ପ୍ରଗାଢ ବିଶ୍ବାସର କଥାବସ୍ତୁକୁ ଆଧାର କରିଛି ଏହି କାହାଣୀ । ତେବେ କାହାଣୀରେ ଆଗକୁ କଣ ଘଟିବ ? କଣ ଅକ୍ଷୟ ଲକ୍ଷ୍ମୀଙ୍କୁ ପୁଣି ଆପଣାଇବେ ? ରହସ୍ୟ ଉପରୁ କେବେ ଉଠିବ ପରଦା ? ଏସବୁ ଉତ୍ତର ପାଇବାକୁ ଜୀ ସାର୍ଥକରେ ପ୍ରତି ସୋମବାରରୁ ଶନିବାର ରାତି ୮.୦୦ ଘଟିକାରେ ପ୍ରସାରିତ ହେଉଥିବା ମନପସନ୍ଦର ଧାରାବାହିକ ‘ତୁମ ବିନା’ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସୀଲ୍ ।