ଗଣମାଧ୍ୟମ ବ୍ୟକ୍ତିଙ୍କ ଉପରେ ପ୍ରଶ୍ନ ଉଠାଇଲେ ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ, କହିଲେ ଏଭଳି କିଛି...

ଗଣମାଧ୍ୟମ ବ୍ୟକ୍ତିଙ୍କ ଉପରେ ପ୍ରଶ୍ନ ଉଠାଇଲେ ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ, କହିଲେ ଏଭଳି କିଛି...

ଭୁବନେଶ୍ବର,୪/୭ : ଆସନ୍ତା ଜୁଲାଇ ୫ତାରିଖରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ସୀତା (ସଂଘର୍ଷର କାହାଣୀ) । ଓଡିଶା ହେଉ ଅବା ଭାରତ ବର୍ଷରେ ହେଉଥିବା ଚାଷୀ ମୃତ୍ୟୁ ଓ ଚାଷୀ ପାଇଁ ଥିବା ଯୋଜନା କିଭଳି ବାଟମାରଣା ହୁଏ ତାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି । ମୌଳିକ କାହାଣୀର ଏହି ଚଳଚ୍ଚିତ୍ର ଫିଲ୍ମ ଫ୍ରାଇଡେରେ ରିଲିଜ ହେବ । ମାତ୍ର ଏହା ପୂର୍ବରୁ ଓଡିଶାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପ୍ରଶ୍ନ ଉଠାଇଲେ ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ । ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି କି, ସବୁଠି ସବୁ ଫିଲ୍ମ ଚାଲେନି । କିଛି ଫିଲ୍ମ ଚାଲେ । ୧୦ଟି ଫିଲ୍ମ ହେଲେ ଗୋଟିଏ ଫିଲ୍ମ ଚାଲେ । ଏବେ ଓଡିଶାରେ ବହୁତ ଭଲ କଳାକାର ଏବଂ ଟେକ୍ସିସିଆନ ଅଛନ୍ତି । ପରେ ଓଡ଼ିଆ ଫିଲ୍ମ ଚାଲୁନି, ହଲକୁ ଲୋକେ ଆସୁନାହାନ୍ତି ଏଭଳି ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି, ଆରମ୍ଭ ପ୍ରଥମେ ଆପଣଙ୍କଠାରୁ ହେବା ଦରକାର । ଆପଣଙ୍କ ଭଳି ଆଙ୍କରମାନେ ଯେବେ ଠୁ ଓଡ଼ିଆ ସିନେମା ଦେଖିବା ଆରମ୍ଭ କରିବେ ସେତେବେଳେ ନିଶ୍ଚିତ ଭାବେ ଏହି ପ୍ରଶ୍ନ ପଚାରିବା ବନ୍ଦ ହୋଇଯିବ । ଏହା ଲୋକେ ପଚାରୁନାହାନ୍ତି ଆପଣମାନେ ପଚାରୁଛନ୍ତି । ସବୁ ନ୍ୟୁଜ୍ ଆଙ୍କରମାନଙ୍କର ବର୍ତ୍ତମାନ ଗୋଟିଏ ସାଧାରଣ ପ୍ରଶ୍ନ ଓଡ଼ିଆ ଫିଲ୍ମ ଚାଲୁନି । ମାତ୍ର ମୁଁ କହିବି ପ୍ରଥମେ ଆପଣମାନେ ଦେଖନ୍ତୁ । ଏହାସହ ସେ କହିଛନ୍ତି କି, ସବୁ ନ୍ୟୁଜ୍ ଆଙ୍କର, ରିପୋର୍ଟର, କ୍ୟାମେରାମ୍ୟାନ ମଧ୍ୟ ଦେଖନ୍ତୁ । ପ୍ରଥମେ ଆରମ୍ଭ ନିଜ ଘରୁ ହୁଏ । ଆପଣମାନେ ଦେଖନ୍ତୁ ତା’ପରେ ପ୍ରଶ୍ନ ଉଠାନ୍ତୁ ବୋଲି କହିଛନ୍ତି । ଆପଣମାନେ ଆମ ଘର ଲୋକ । ଯଦି ଘର ଲୋକ ସପୋର୍ଟ ନ କରିବେ ଆମେ କେମିତି ଆଗକୁ ଯିବୁ ।  

ପ୍ରକାଶ ଯେ, ସୀତା ଫିଲ୍ମରେରେ ଗାଁ, ତାର ପରିବେଶ ସହ ଗାଁ ରାଜନୀତିକୁ ସ୍ଥାନିତ କରାଯାଇଛି । ଏଥିରେ ଅନେକ ସଚେତନତାର ବାର୍ତା ରହିଥିବା ବେଳେ ସବୁ ବର୍ଗର ଲୋକଙ୍କୁ ଏହି ନିଛକ ଚଳଚ୍ଚିତ୍ରଟି ଭଲ ଲାଗିବ ଆଉ ସମାଜରେ ଘଟୁଥିବା ଅନେକ ସତ୍ୟର ଉନ୍ମୋଚନ କରିବା ବୋଲି କହିଛି ପ୍ରଯୋଜନା ସଂସ୍ଥା। ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା ଓ ଚାଷୀ ଦୁଃଖ, ଆନ୍ଦୋଳନ ଓ ସମ୍ମାନ ସହ ଚାଷର କାହାଣୀ କହିବ ଏହି ସିନେମା। ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ କାହାଣୀ ଦେଖିବ ପୁରା ଓଡିଶା।

ତେବେ ଚଳଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଅଶ୍ୱିନ ତ୍ରିପାଠୀ। ସଂଳାପ ଡାକ୍ତର ରାଜନୀରଂଜନ ଲେଖିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଅଭିନେତା ସମରେଶ ରାଉତରାୟ କାହାଣୀ ଲେଖିଥିବାବେଳେ ଅଭିନେତ୍ରୀ ଦେବଯାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ । ମୁଖ୍ୟ ଚରିତ୍ର ଭାବେ ଦେବଯାନୀ ସୀତା ଚରିତ୍ରରେ ଜଣେ ଉଚ୍ଚ ଶିକ୍ଷିତ ଗାଁ ଝିଅ ଭାବେ ଅଭିନୟ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନୟରେ ଅନ୍ୟମାନକ ଭିତରେ ଜଣାଶୁଣା ଅଭିନେତା ଚୌଧୁରୀ ବିକାଶ ଦାସ ଏକ ଗୁରୁତ୍ୱପୂର୍ଣ ଭୂମିକାରେ ନଜର ଆସିବେ।