ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା

ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୭/୫ : ଆମେରିକାର ଟେଲିଭିଜନ ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କଠାରୁ ଚୋରି କରିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୋମବାର ସକାଳେ ଲସ୍‌‌ ଆଞ୍ଜେଲ୍‌‌ସରେ ଏହି ଘଟଣା ଘଟିଛି।

୩୭ ବର୍ଷୀୟ ଜନି ୱାକ୍ଟର ଆମେରିକାର ଲୋକପ୍ରିୟ ଧାରାବାହିକ ‘ଜେନେରାଲ ହସ୍ପିଟାଲ’ରେ ବ୍ରାଣ୍ଡୋ କର୍‌‌ବିନ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ପାଇଁ ଏହି ଧାରାବାହିକ ବେଶ୍‌‌ ଲୋକପ୍ରିୟ ହୋଇପାରିଛି। ଏବେ ତାଙ୍କ ହତ୍ୟା ପରେ ପରିବାର ଲୋକେ ଏବଂ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।