ଚୁପ୍ ! ଭୁଲ୍ ତୋର …

ଚୁପ୍ ! ଭୁଲ୍ ତୋର …

ସୀମା- ସଞ୍ଜୁ ସତରେ କ’ଣ ତମେ ମୋତେ ଏତେ ଭଲ ପାଅ

ସଞ୍ଜୁ- କାଇଁ କ’ଣ ବିଶ୍ବାସ ହେଉନି

ସୀମା- ନାଇଁ ବେଳେବେଳେ ସଞ୍ଜୁ ତମ କଥା ନା ମୋତେ କାଇଁ ବାଧ୍ୟ କରେ ଏମିତି ମୋତେ ଭାବିବାକୁ

ସଞ୍ଜୁ- ଓଃ ସୀମା ତମେ ବି

ସୀମା- ତୁମର ମନେ ଅଛି ଆମେ କେବେ ପ୍ରଥମେ ଦେଖା ହୋଇଥିଲେ

ସଞ୍ଜୁ- ହାହାହା… ମୁଁ କ’ଣ ଭୁଲି ପାରିବି ସେ ଦିନର ସେଇ କଥାକୁ । ଯେତେବେଳେ ତୁମେ ମୋ ସାମ୍ନାକୁ ଆସିଥିଲ । ସେଦିନ ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ ଥିଲା । କାରଣ ତୁମେ ମୋ ଜୀବନକୁ ଆସିଥିଲ ।କଲେଜ କ୍ୟାମ୍ପସରେ ମୁଁ ଏପଟୁ ଯାଉଥାଏ ଆଉ ତୁମେ ବି ସେପଟୁ। ସତ​ରେ ଆମ ଦୁହିଁଙ୍କ ମଧ୍ୟରେ ଧକ୍କା ନ ହୁଏ କି ଆମ ସମ୍ପର୍କ ନ ହୁଏ ।

ସୀମା- ହଁ ସଞ୍ଜୁ ସତରେ । ନ ହେଲେ ଏଠି ବିଦେଶରେ ଆମର କିଏ ବା ଅଛି । ପରସ୍ପର ଆମେ ବି ଓଡ଼ିଶାରୁ ଆସିଥିଲେ ।

ସଞ୍ଜୁ ଓ ସୀମା ଭିତରେ ନିବିଡ଼ ସମ୍ପର୍କ ଗଢି ଉଠିଥିଲା । ବହୁ କମ୍ ଦିନର ଥିଲା ଏହି ସମ୍ପର୍କ । ମାତ୍ର ଯେମିତି ଲାଗୁଥିଲା ଏ ଜନ୍ମଜନ୍ମର ସମ୍ପର୍କ । ବାସ୍ ଆଉ କ’ଣ ଦୁହେଁ ଦୁହିଁଙ୍କୁ ଘଡ଼ିଏ ନ ଦେଖି ରହିପାରୁନଥିଲେ । ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ବି ନେଲେ । କିନ୍ତୁ ପରିବାରର ଆଭିଜାତ୍ୟ ତାଙ୍କୁ ଦୁଇ ପାଦ ପଛକୁ ଯିବାକୁ ବାଧ୍ୟ କରୁଥିଲା । ସେମାନେ କେବେ ବି ପରିବାର ବିରୋଦ୍ଧ​‌ରେ ଯିବାକୁ ଚାହୁଁନଥିଲେ । ଏମିତି ବିଦେଶରେ ସଞ୍ଜୁ ଓ ସୀମାଙ୍କ ଦିନ କଟୁଥାଏ । ପ୍ରାୟ ଏହା ଭିତରେ ଉଭୟ ପରିବାର ବି ଜାଣି ସାରିଲେଣି ତାଙ୍କ ପିଲାମାନେ ପରସ୍ପରକୁ ଚାହୁଁଛନ୍ତି । ଏହାପରେ ପରୀକ୍ଷା ସରିବା ପରେ ଉଭୟେ ଫେରି ଆସିଥିଲେ ଓଡ଼ିଶା । ସେତବେଳକୁ ଉଭଙ୍କ ସମ୍ପର୍କର ସେତୁ ପ୍ରାୟ ନିବିଡ଼ ହୋଇସାରିଲାଣି । ସେମାନେ ଯାହା ଏବେ ଘରେ କହିବେ ତାକୁ ନେଇ ଅପେକ୍ଷା କରିଥାନ୍ତି।  ଏହାରି ଭିତରେ ଝିଅ ଘରକୁ ଯିବାକୁ ସଞ୍ଜୁର ପରିବାର ଲୋକଙ୍କ ଡାକରା ଆସିଲା । ସଞ୍ଜୁ ଓ ତା’ର ପରିବାର ଲୋକେ ବାହାରିଲେ ସୀମାର ଘରକୁ ।

ସୀମାର ଘର ଯେତିକି ପାଖେଇ ଆସୁଥାଏ ସଞ୍ଜୁର ମନ ସେତିକି ସେତିକି ଉତ୍କଣ୍ଠାରେ ଭରି ଯାଉଥାଏ । ଗାଡ଼ି ଏତିକି ବେଳକୁ ସୀମାର ଘର ଗେଟ୍ ପାଖରେ ପହଞ୍ଚିଥିଲା । ସେଠାରେ ଥିବା ଦରଓ୍ବାନ୍ ଗେଟ୍ ଖୋଲିବା ପରେ ଗାଡ଼ି ଘର ଦ୍ବାର ମୁହଁରେ ଯାଇ ଲାଗିଲା । ଏତିକିବେଳେ ଘରେ ଥିବା ରଘୁ ଆସି ଉଭୟଙ୍କୁ ପାଛୋଟି ନେଇ ଥିଲା ଘର ଭିତରକୁ । ପରେ ସେଠାକୁ ଯାଇ ସେଠାରେ ଥିବା ସୋଫାରେ ବସିଥିଲେ । କିଛି ସମୟ ଏମିତି ଅତିବାହିତ ହୋଇଥିଲା । ସେଠାରେ ଅନ୍ୟମାନେ ଉପସ୍ଥିତ ଥାନ୍ତି । ଏହି ସମୟରେ ସଞ୍ଜୁର ବାପା ରାୟ ବାବୁ ଚା’ପିଉ ପିଉ ହଠାତ୍ ତାଙ୍କ ଆଖି ଘରର ପାହାଚରେ ଆସୁଥିବା ସୀମାର ମା’ ଝରଣା ଦେବୀଙ୍କ ଉପରେ ପଡ଼ିଥିଲା । ତା‘ପରେ ରାୟ ବାବୁ ଚା’କପ୍ ସେମିତି ଧରି ଗୋଟିଏ ଲୟରେ ଚାହିଁ ଥାନ୍ତି ଝରଣା ଦେବୀଙ୍କୁ । ଆଉ ମନେ ମନେ କହୁଥାନ୍ତି  ( ଝରଣା ମୁଁ ସ୍ବପ୍ନ ଦେଖୁନି ତ… ?) । ଝରଣା ଦେବୀଙ୍କର ବି ରାୟ ବାବୁଙ୍କ ନଜର ପଡ଼ିବା ପରେ ସେ ଇତସ୍ତତ ହୋଇପଡ଼ୁଛନ୍ତି । ଆଉ ମନେ ମନେ ଭାବୁଛନ୍ତି (ମୁଁ ଯାହା ଦେଖୁଛି ତାହା ସତ ନା ସ୍ବପ୍ନ । ପୁଣି କ’ଣ ଏମିତି ହୋଇପାରେ ) । ଏମିତି କିଛି ସମୟ ଗଲା ପରେ ଝରଣା ଦେବୀ ଆସି ସୋଫା ସେଟର ରାୟ ବାବୁ ବସିଥିବା ଠିକ୍ ଆରପାରିରେ ବସିଲେ । ସଞ୍ଜୁ ଓ ସୀମା କିଛି କହିବା ପୂର୍ବରୁ ଝରଣା ଦେବୀ କହିଲେ ତୁମେ… । ରାୟ ବାବୁଙ୍କ ପଟୁ ଉତ୍ତର ଆସିଲା ହଁ ମୁଁ ।

ସଞ୍ଜୁ ପଚାରିଲା ବାପା ତମେ ସୀମାର ମାମାଙ୍କୁ କେମିତି ଜାଣିଲ । ସୀମାର ବି ସମାନ ପ୍ରଶ୍ନ ମାମା ତୁ ସଞ୍ଜୁର ବାପାଙ୍କୁ କେମିତି ଜାଣିଲୁ । ଆମେ ବି କେବେ ଭାବି ନ ଥିଲୁ ୨୦ ବର୍ଷ ପରେ ଏମିତି ଦେଖା ହେବ…

 

୨୦ ବର୍ଷ ପୂର୍ବ…

ରାୟ ବାବୁ(ସିଦ୍ଧାର୍ଥ)- ଝରଣା କାହିଁକି କେଜାଣି ତମ କଥା ସବୁ ବେଳେ ମନେ ପଡ଼ୁଛି

ଝରଣା- ନାଁ ଏହା ତୁମର ଭ୍ରମ , ମୋର ତ କାହିଁ ମନେ ପଡ଼ୁନି । ଆମ କଳାକାର ଲାଇନରେ ଏଭଳି ହୁଏ ସିଦ୍ଧାର୍ଥ । ତା’ ଛଡ଼ା ଆମେ ଆମର ପରସ୍ପରର ସବୁ କଥା ଜାଣିଛେ ସିଦ୍ଧାର୍ଥ । ଯାହା ମୋତେ ବହୁତ ଡର ଏହା ତୁମେ ଜାଣିଛ ।

ସିଦ୍ଧାର୍ଥ- ଓଃ ଝରଣା କ’ଣ ଯେ ତୁମେ କୁହ

ଝରଣା- ହଁ ସିଦ୍ଧାର୍ଥ ମୁଁ ଯାହା କୁହେ ଭାବି ଚିନ୍ତି କି କୁହେ । ତୁମେ ଆଜିକୁ ଦେଖୁଛ । ମୁଁ କିନ୍ତୁ ଆଗାମୀ ଦିନକୁ ଦେଖୁଛି । ଯାହାକି ଜଣେ ସ୍ବାମୀ ସ୍ତ୍ରୀ ଭିତରେ ହୋଇଥାଏ । ମୁଁ ଚାହେଁନି ଆମରବି ଦିନେ ଏମିତି ହେଉ

ସିଦ୍ଧାର୍ଥ- ହଉ ତୁମେ ଯଦି କହୁଛ ତେବେ ଠିକ୍ ଅଛି , ଆଜି ଠୁ ଆମେ ଦୁହେଁ ପରସ୍ପର କାହାରିକୁ ଫୋନ୍ କି ମ୍ୟାସେଜ କରିବା ନି

ଝରଣା- ହଉ ସେଇଆ ହଉ

 

କିଛି ଦିନ ଗଲା ପରେ …(୧ରୁ ୨ମାସ)

ଏକ ସୁଟିଂ ସେଟରେ ପୁଣି ଦେଖା ହେଲା ଉଭୟଙ୍କର ।

ସିଦ୍ଧାର୍ଥ- ଝରଣା ମୁଁ ତୁମ ବିନା ବଞ୍ଚି ପାରିବିନି ।

ଝରଣା- ମୋର ବି କାହିଁକି ତୁମ କଥା ମନେ ପଡ଼ୁଛି । ଜାଣିନି କ‘ଣ ପାଇଁ ତୁମ କଥା ବେଳେବେଳେ ମନେ ପଡ଼ୁଛି ।

ସିଦ୍ଧାର୍ଥ- ମୁଁ କହିଥିଲି ନା ତୁମର ମୋ କଥା ନିଶ୍ଚିତ ମନେ ପଡ଼ିବ

ଝରଣା – ମାତ୍ର ମୁଁ ଚାହୁଁନି ଆମ ଭିତରେ ଆମ ଅତୀତକୁ ନେଇ କେବେ ଝଗଡ଼ା ହେଉ ଆଗାମୀ ଦିନରେ

 

ଏହାରି ଭିତରେ ସିଦ୍ଧାର୍ଥ ଅନେକ ଥର ଝରଣାର କଲେଜ ହେଉ କି ଘର ଆଗରେ ଗାଡ଼ି ରଖି ହଇରାଣ ହରକତ କରିବା ହେଉ କିମ୍ବା ହାତ କାଟିବା ହେଉ । ବାର୍ ବାର୍ ଜାରି ରହିଲା । ଚାଲିଲା ରୀତିମତ ଏହା ହେଲା । ଆଉ ତା’ପରେ ସର୍ବ ସମ୍ମତ୍ତି କ୍ରମେ ଓଡ଼ିଶା ଦେଖିଲା ଏକ ସେଲିବ୍ରେଟି କପୁଲଙ୍କ ବିଭାଘର ।

 

ବିବାହର କିଛି ବର୍ଷ ପରେ…

 

ଝରଣା- କେଉଁଠି ଥିଲ ରାତି ସାରା

ସିଦ୍ଧାର୍ଥ- ମୁଁ ଟିକେ କାମରେ ଥିଲି

ଝରଣା- ମୁଁ ଜାଣିପାରେ କି କେଉଁ କାମରେ ଥିଲ

ସିଦ୍ଧାର୍ଥ- ତୁମର ସବୁ କଥା ଜାଣିବା କ’ଣ ନିହାତି ଦରକାର

ଝରଣା- ହଁ କାହିଁକି ନୁହେଁ

 

ବାସ୍ ଠିକ୍ କିଛି ଦିନ ପରେ ଟିଭିରେ ବ୍ରେକିଂ । ଓଡ଼ିଶାର ସୁପ୍ରସିଦ୍ଧଙ୍କ ଅଭିନେତା ସିଦ୍ଧାର୍ଥଙ୍କ ସହ ଏ ଯୁବତୀ କିଏ ?  କ’ଣ ରହିଛି ତାଙ୍କ ସହ ସମ୍ପର୍କ  ?

ଝରଣା- ଆରେ ବା ତୁମେ ସବୁବେଳେ ଏଇ କାମରେ ବ୍ୟସ୍ତ ଥିଲ ନା

ସିଦ୍ଧାର୍ଥ- ହେ ବାଜେ କଥା ଛାଡ଼, ତା’ଛଡ଼ା ତୁମେ କ’ଣ ଜାଣିନ ସୁଟିଂ ସେଟରେ ରାତିରେ ରହିବାକୁ ହୁଏ । ଆଉ ତୁମେ ବି ତ ରୁହ ନା ନାହିଁ

ଝରଣା- ମୁଁ କହିଥିଲି ନା ଏମିତି କେବେ ନ ଆସୁ ଆମ ଭିତରେ କି ପୁରୁଣା କଥାକୁ ନେଇ ଝଗଡ଼ା ହେବା

ସିଦ୍ଧାର୍ଥ- କଥା ମୁଁ ନୁହେଁ, କଥା ତୁମେ ବାହାର କରୁଛ

ଝରଣା- ହଉ ମୋର ତୁମକୁ ଘରେ ରହିବାକୁ କହିବାଟା ଭୁଲ୍ ଥିଲା । ପୂର୍ବରୁ ଯେମିତି ଟୋକୀଙ୍କ ସହ ବୁଲୁଥିଲଏବେ ବୁଲ

ସିଦ୍ଧାର୍ଥ- ହଁ ମୁଁ ସେଲିବ୍ରେଟି ମୋ ଇଛା, ମୁଁ ଯାହା ସହ ବୁଲିପାରିବି

 

ବ୍ରେକିଂ ନ୍ୟୁଜ୍---(ସିଦ୍ଧାର୍ଥ ଓ ଝରଣା ସମ୍ପର୍କରେ ଫାଟ), ( ଝରଣାଙ୍କୁ ଡିଭୋର୍ସ ଦେବେ କି ସିଦ୍ଧାର୍ଥ) …

ଝରଣା-  ସେ ଝିଅ କିଏ

ସିଦ୍ଧାର୍ଥ- ସିଏ ମୋର ଜଣେ ଭଲ ବନ୍ଧୁ

ଝରଣା- ବନ୍ଧୁ ଏବେ କ’ଣ ବେଡ଼ ପାର୍ଟନର

ସିଦ୍ଧାର୍ଥ- ତୁମର ଏତେ ମୁଣ୍ଡ ଖେଳେଇବା ଦରକାର ନାହିଁ

ଝରଣା- ମୁଁ ବଞ୍ଚିଥିବା ଯାଏ ତୁମେ ଏ ସବୁ କରିପାରିବନି

ସିଦ୍ଧାର୍ଥ- ତୁମେ ମୋ ଲାଇଫରୁ ଚାଲିଯାଅ , ମୁଁ ଭଲରେ ରହିବି

 

ବ୍ରେକିଂ ନ୍ୟୁଜ- ( ଝରଣାଙ୍କୁ ଡିଭୋର୍ସ ଦେଲେ ସିଦ୍ଧାର୍ଥ), (କୋର୍ଟରେ ହାଜର ହେଲେ ସିଦ୍ଧାର୍ଥ)

ଯାହା ପରବର୍ତ୍ତି ସମୟରେ ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ସତରେ ମାମା ତୋର ଆଉ ଅଙ୍କଲଙ୍କ ଯୋଡ଼ିକୁ ନେଇ ଏତେ ଚର୍ଚ୍ଚା ହୋଇଥିଲା । ବାସ୍ ତା’ପରେ ଉଭୟେ ନିଜ ନିଜ ମୋବାଇଲ ଖୋଲି ଖୋଜିବାକୁ ଲାଗିଲେ ରାୟ ବାବୁ ଓ ଝରଣା ଦେବୀଙ୍କ ଫଟୋ ଆଉ ଭିଡ଼ିଓ । ଏହା ପରେ ଉଭୟେ ଠିଆ ହୋଇ ଚାହିଁ ରହି ଏକା ଥରକେ ପାଟିରୁ ବାହାରୁଛି ଚୁପ୍ ! ଭୁଲ୍ ତୋର ।

ଏ​‌ବେ ଆପଣମାନେ କୁହନ୍ତୁ ସଞ୍ଜୁ ଓ ସୀମା ବାହା ହେବେ ନା ସେମିତି ବାପା ମା‘ଙ୍କର ଇଗୋ ଲାଗି ଅଲଗା ହେବେ । ଏହି ପ୍ରଶ୍ନ ଆପଣମାନଙ୍କ ପାଇଁ । ୨୦ବର୍ଷ ତଳେ ଘଟିଥିବା ଘଟଣା କାହିଁକି ପୁଣି ପୁନରାବୃତ୍ତି ଘଟିଲା । କ’ଣ ସତରେ ଭଗବାନ ଚାହୁଁଛନ୍ତି ରାୟ ବାବୁ ଓ ଝରଣା ଦେବୀଙ୍କ ପ୍ରେମକୁ ପୁଣି ଥରେ ମିଶେଇବାକୁ ନା ସମ୍ପର୍କର ଅନ୍ୟ ଏକ ଦ୍ବାହି ଦେଇ ଉଭୟଙ୍କୁ ଗୋଟିଏ ସୂତାରେ ବାନ୍ଧିବାକୁ । ତେବେ ଆପଣ କୁହନ୍ତୁ ଭୁଲ୍ କାହାର ?  ସତରେ କ’ଣ ପୃଥିବୀ ଗୋଲ୍ ନା ଛୋଟ ? ପ୍ରଶ୍ନ ମୋର ଉତ୍ତର ଆପଣଙ୍କର …

 

ଆପଣଙ୍କ କଥାକାର

ଗୁରୁପଦ ନାଥ…