ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ତତ୍ତ୍ବାବଧାନରେ ବୋଇତ ବନ୍ଦାଣ

ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ତତ୍ତ୍ବାବଧାନରେ ବୋଇତ ବନ୍ଦାଣ

ଭୁବନେଶ୍ବର, ୭/୧୧ : ସାଇ ଶ୍ରଦ୍ଧା ପ୍ରଡକ୍ସନ ଓ ବାଲିଯାତ୍ରା ଟିମ୍ ତରଫରୁ ସିଲଭର୍ ସିଲ୍କ ସିଟି ବୋଟ୍ କ୍ଲବ ,କଟକ ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଗୁରୁ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ଓଡ଼ିଶା ସରକାରଙ୍କ ଆଡିସନାଲ୍ ଚିଫ୍ ସେକ୍ରେଟେରୀ ସତ୍ୟବ୍ରତ ସାହୁ, ପ୍ରଯୋଜିକା ଓ ନିର୍ଦ୍ଦେଶିକା ବିନି ସାମଲ୍, ନୃତ୍ୟ ନିର୍ଦ୍ଦେଶକ ବବି ଇସଲାମ୍, କ୍ରିଏଟିଭ୍ ହେଡ୍ ମିଡିଆ ପ୍ଲାନର ପ୍ରଣୟ ଜେଠୀ, ଅଭିନେତା ଅଶୃମୋଚନ, ଶ୍ରୀତମ ଦାଶ, ସୋହମ୍ ସିଂ, ଶକ୍ତି ବରାଳ, ଶୁଭିଶିଷ୍, ବିଦିଶା ବାଗ୍, ଲଭରିନ ଖାନ, ସୌମ୍ୟା ସୁଚରିତା ସାହୁ, ସଙ୍ଗୀତା ବେହେରା, ମାମାଲି ସାହୁ, ଲିପ୍ସା ମହାରଣା ଓ ପ୍ରିୟଙ୍କା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।