ଖୋଲିଲା ହୀରାକୁଦ ଗେଟ : ବର୍ତ୍ତମାନ ସୁଦ୍ଧା ୧୪ଟି ଖୋଲାଯାଇଛି, ଆଗକୁ ଆଉ ୬ଗେଟ୍ ଖୋଲିବ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା ): ଖୋଲିଲା ହୀରାକୁଦ ଗେଟ l ଆଜି ସକାଳ ୯ଟାରେ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଇଛି l ପରମ୍ପରା ମୁତାବକ ଆଜି ସକାଳୁ ପୂଜାର୍ଚ୍ଚନା ପରେ ଜଳ ଭଣ୍ଡାରର ହୀରାକୁଦ ପଟୁ ୭ନମ୍ବର ସ୍ଲୁଇସ ଗେଟକୁ ପ୍ରଥମେ ଖୋଲାଯାଇଛି l ବର୍ତ୍ତମାନ ସୁଦ୍ଧା ୧୪ଟି ଗେଟ ଖୋଲା ଯାଇଛି, ଆଗକୁ ଆଉ ୬ଗେଟ ଖୋଲିବାର ଅଛି l
ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ଫୁଟ ହୋଇଥିବାବେଳେ ଆଜି ଦିନ ୧୨ଟା ସୁଦ୍ଧା ଜଳ ଭଣ୍ଡାରର ଜଳ ସ୍ତର ୬୧୭.୪୭ଫୁଟ ରଛି l
ଏହି ସମୟରେ ଡ୍ୟାମର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହାରାହାରି ୨ଲକ୍ଷ ୯୪ହଜାର ୮୫୬କ୍ୟୁସେକ ଜଳ ପ୍ରବେଶ କରୁଛି ଓ ଜଳ ଭଣ୍ଡାରରୁ ତଳ ମୁଣ୍ଡକୁ ୧ଲକ୍ଷ ୪୫ହଜାର ୭୧୭କ୍ୟୁସେକ ଜଳ ନିଷ୍କାସନ ହେଉଛି l ସେହିଭଳି ଗୋଟିଏ ସ୍ଲୁଇସ ଗେଟରୁ ସେକେଣ୍ଡ ପ୍ରତି ୧୫ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି l