ଓଡିଶା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍, ବିଜେଡିକୁ ମିଳୁଛି ବହୁମତ, ବିଜେପିର ସଂଖ୍ୟା ବଢୁଛି, କଂଗ୍ରେସ ନିରାଶ

ଓଡିଶା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍, ବିଜେଡିକୁ ମିଳୁଛି ବହୁମତ, ବିଜେପିର ସଂଖ୍ୟା ବଢୁଛି, କଂଗ୍ରେସ ନିରାଶ

ଭୁବନେଶ୍ବର,୨/୬ : ସାଧାରଣ ନିର୍ବାଚନ ୨୦୨୪ ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ତାରିଖ ଶେଷ ହୋଇଛି । ଏହାପରେ ଏବେ ବୁଥ୍ ବାହୁଡ଼ା ମତ ସାମ୍ନାକୁ ଆସିଛି । ଓଡ଼ିଶାର ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ କରାଯାଇଛି । ଯେଉଁଥିରେ ବିଜେଡିକୁ ବହୁମତ ମିଳୁଥିବାବେଳେ ଗତଥର ଅପେକ୍ଷା କିନ୍ତୁ ସଂଖ୍ୟା କମୁଛି । ବିଜେପିର କିନ୍ତୁ ସଂଖ୍ୟା ବଢୁଥିବାବେଳେ କଂଗ୍ରେସ ତୃତୀୟ ରହୁଥିବା ଦେଖାଯାଉଛି । ଓଡ଼ିଶା ବିଧାନସଭା ପାଇଁ ମୋଟ୍ ୧୪୭ସିଟରେ ନିର୍ବାଚନ ହୋଇଛି । ଆସନ୍ତୁ ଦେଖିବା କାହାକୁ ମିଳୁଛି କେତେ ସିଟ୍ ।

ପ୍ରଗତିବାଦୀ 

ବିଜେଡି : ୯୪

ବିଜେପି : ୪୧

କଂଗ୍ରେସ : ୧୦

ସିପିଏମ୍ : ୧

ସ୍ବାଧିନ : ୧ 

ସକାଳ ଓ ନନ୍ଦିଘୋଷ ଟିଭି

ବିଜେଡି : ୧୧୭

ବିଜେପି : ୧୧

କଂଗ୍ରେସ ଏବଂ ଅନ୍ୟଦଳ : ୩ 

କଡ଼ା ମୁକାବିଲା : ୧୬

ଓଡ଼ିଶା ଅପଡେଟ୍ 

ବିଜେଡି : ୯୦-୯୫

ବିଜେପି : ୪୦-୪୫

କଂଗ୍ରେସ : ୧୦-୧୨

ଅନ୍ୟଦଳ : ୨