‘ଓଡ଼ିଶା ଅପଡେଟ’ର ଦୀପାଞ୍ଜଳି ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୫ ; ତାନିଶା ପ୍ରଥମ, ସକିନା ଦ୍ବିତୀୟ ଓ ସୁମାଇରା ତୃତୀୟ
ଭୁବନେଶ୍ବର,/୧୦ : ‘ଓଡ଼ିଶା ଅପଡେଟ’ର ଦୀପାଞ୍ଜଳି ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସହିଦ ନଗରସ୍ଥିତ କେଶରୀ ରେସିଡେନ୍ସର କମ୍ୟୁନିଟି ହଲଠାରେ ଏହା ଆୟୋଜିତ ହୋଇଥିଲା । ଏଥିରେ ୫୦ରୁ ୬୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଚିତ୍ରାଙ୍କନର ବିଷୟବସ୍ତୁ ଥିଲା ପରିବେଶ ସୁରକ୍ଷାକୁ ନେଇ ଦୀପାବଳି ।
ଏହି ବିଷୟ ବସ୍ତୁରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ଚିତ୍ରାଙ୍କନ କରିଥିଲେ । ଏହି ପ୍ରତିଯୋଗିତାରେ ତାନିଶା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଦ୍ବିତୀୟରେ ସକିନା କ୍ବାଦ୍ରି ଏବଂ ତୃତୀୟରେ ସୁମାଇରା ଏସକେ କ୍ବାଦ୍ରି ରହିଛନ୍ତି । କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ. ରୋଜାଲିନ ସେନାପତି, ମୁଖ୍ୟବକ୍ତା ଭାବେ ଏୟାରଫିଲ୍ଡ ଥାନା ଅଧିକାରୀ ରଞ୍ଜିତ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଓଡ଼ିଆ ସିନେମା ଅଭିନେତ୍ରୀ ରାନୁ ପାଢୀ, ଭୁବନେଶ୍ବର ଆରଟିଓ ମାନସ ମିଶ୍ର, ନବ ଭାରତ ନିର୍ମାଣ ସେବା ପାର୍ଟିର ମୁଖ୍ୟ ବୋମାଲି କାନ୍ତା ରାଓ, କେଶରୀ ରେସିଡେନ୍ସିର ସଭାପତି ମିରଜା ଫିରୋଜ ପ୍ରମୁଖ ଯୋଗଦେଇଥିଲେ ।
ଦୀପାବଳିରେ ‘ଓଡ଼ିଶା ଅପଡେଟ’ର ଏଭଳି ନିଆରା କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏହାସହ ଦୀପାବଳିରେ କିଭଳି ପରିବେଶକୁ ସୁରକ୍ଷା କରିବା ଏବଂ ବାଣଠାରୁ ଦୂରେଇ ରହିବା ତାହା ଉପରେ ଉପସ୍ଥିତ ଅତିଥିଗଣ ନିଜ ନିଜ ମତ ରଖିଥିଲେ ।
ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସାମ୍ବାଦିକ ଆଶୁତୋଷ ପାଣି ଏବଂ ଦିଲ୍ଲୀପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶାନ୍ତିମୟୀ ମହିଳା ମହାସଂଘର ସଭାପତି ମମତା ପରିଡ଼ା, ସମ୍ପାଦିକା ନିରୁପମା ପଣ୍ଡା, କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ଲେଙ୍କା ପ୍ରମୁଖ ।

Editor 


