ଏମ୍ସରୁ ଡିସଚାର୍ଜ ହେବେ ଅଭିଜିତ ମଜୁମଦାର
ଭୁବନେଶ୍ବର,୩୧/୧୨ : ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଏ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୧ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା ।

Editor 


