ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତିଙ୍କ ଜନ୍ମଦିନ ପାଳନ

ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତିଙ୍କ ଜନ୍ମଦିନ ପାଳନ

ଭୁବନେଶ୍ବର, ୧୬/୮ : ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ତଥା ବିଭନ୍ନ ସଂଗଠନର ସଭାପତି, ମୁଖ୍ୟ ଉପଦେଷ୍ଠା , ବିଶିଷ୍ଟ ନାଟ୍ୟକାର ପ୍ରଭାତ ମହାନ୍ତିଙ୍କ ଜନ୍ମ ଦିନ ବିଭାଗୀୟ ମୁଖ୍ୟ ଦପ୍ତରଠାରେ ବିଜୟ ମଲ୍ଲଙ୍କ ସଭାପତିତ୍ୱ ଓ ସୁଧାଂଶୁ ପାତ୍ରଙ୍କ ସଭା ପରିଚାଳନାରେ ଜନ୍ମଦିନ ପାଳନ ହୋଇଥିଲା । ବିଭିନ୍ନ ସଂଗଠନର ମୁଖ୍ୟ ତଥା କର୍ମଚାରୀମାନେ ଯୋଗଦେଇ ପ୍ରଭାତ ମହାନ୍ତିଙ୍କ ଜୀବନ ଦର୍ଶନ, ଦୁଃଖୀ ଅସହାୟ କର୍ମଚାରୀଙ୍କ ସାଥି ତଥା ନିଜ ଜୀବନକୁ କର୍ମଚାରୀଙ୍କ ଲାଗି ସମର୍ପିତ କରିଛନ୍ତି ବୋଲି ଆଲୋକପାତ କରିଥିଲେ । ଆସନ୍ତା ଦିନରେ କର୍ମଚାରୀ କର୍ମଶାଳା, ପ୍ରଭାତ ମହାନ୍ତି କର୍ମଚାରୀ ସମ୍ମାନ ଦେବାକୁ ନିଷ୍ପତ୍ତି ହୋଇଥିଲା।

ଜନ୍ମଦିନ ସମାହାରରେ ମିହିର ନାରାୟଣ ଜେନା, କର୍ମଚାରୀ ନେତା ବିଜୟ ମଲ୍ଲ, ସଭାପତି ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ, ସୁଧାଂଶୁ ପାତ୍ର ସଭାପତି ଓଡିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ, ରଶ୍ମି ରଞ୍ଜନ ପାଢ଼ୀ ସଭାପତି ଓଡିଶା ବିଭାଗୀୟ ମୂଖ୍ୟ ଅମଲା ସଂଘ, ପ୍ରଦୀପ ପ୍ରଧାନ ସଭାପତି ଗ୍ରାମ୍ୟ କୃଷି କର୍ମଚାରୀ ସଂଘ, ସଞ୍ଜୟ ପଟ୍ଟନାୟକ ସଭାପତି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ, ମାନସ ଦାଶ ସାଧାରଣ ସମ୍ପାଦକ, ହେମନ୍ତ ବସ୍ତିଆ, ମହା ସଚିବ, ଦୀପକ ପାଣି ଯୁଗ୍ମ ସମ୍ପାଦକ, ଡାକ୍ତର ବିଭୂତି ଭୂଷଣ ଜତ୍ତି ଆୟୁଷ ଡାକ୍ତର ସଂଘ, ସୁଜାତା ଭୂୟାଁ ସଭା ନେତ୍ରୀ ଓଡିଶା ଲେଡି ମାର୍ଟନ ସଂଘ, ସଚିତ୍ର ଦାଶ, ଦୀପକ ମହାପାତ୍ର ସଭାପତି ଭୁବନେଶ୍ୱର ଜିଲ୍ଲା, ସଞ୍ଜୟ ମହାନ୍ତି ସାଧାରଣ ସମ୍ପାଦନ ଓଡିଶା ନିର୍ମାଣ ନିଗମ କର୍ମଚାରୀ ସଂଘ, ରାଜେଶ ଦାସ କୃଷି କର୍ମଚାରୀ ସଂଘ, ବିଶିଷ୍ଟ କର୍ମଚାରୀ ନେତା ତଥା ଫୁଲବାଣୀ ମୁନିସ ପାଲ୍ଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଡଃ ବିଜୟ ମହାପାତ୍ର ସ୍ବତନ୍ତ୍ର ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀମତି ମୀନାକ୍ଷୀ ମହାପାତ୍ର , ବିଭାଗୀୟ ମୁଖ୍ୟ ସେକସନ୍ ଅଫିସର୍ ସଂଘ, ଅଶୋକ ପାଇକରାୟ, ସାମାଜିକ କର୍ମୀ, ସିସ ସୁନ୍ଦରରାୟ, ସୁରେଶ ମହାନ୍ତି , ରୁପେନ୍ଦ୍ର ପ୍ରଧାନ ଯୋଗ ଦେଇ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।