ଓଲିଉଡ଼ର ମୋଷ୍ଟ ୫ ଆଓ୍ବେଟେଡ ଫିଲ୍ମ, ରିଲିଜ ହେଲା ମାତ୍ରକେ ଧମାଲ ମଚାଇବ

ଓଲିଉଡ଼ର ମୋଷ୍ଟ ୫ ଆଓ୍ବେଟେଡ ଫିଲ୍ମ, ରିଲିଜ ହେଲା ମାତ୍ରକେ ଧମାଲ ମଚାଇବ

ଭୁବନେଶ୍ବର,୨୮/୫ : ଓଲିଉଡ଼ର ୫ମୋଷ୍ଟ ଆଓ୍ବେଟେଡ ଫିଲ୍ମ । ରିଲିଜ ହେବା ମାତ୍ରକେ ଖୁବ୍ ଧମାଲ ମଚାଇବ । ବହୁ ଦିନରୁ ଦର୍ଶକ ଅପେକ୍ଷା କରିଛନ୍ତି ଏହି ଫିଲ୍ମକୁ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଦିନକୁ ଦିନ ଉତ୍କଣ୍ଠା ବଢିବାରେ ଲାଗିଛି । ରିଲିଜ ଡେଟ୍ ହେଉ କି ଷ୍ଟାର କାଷ୍ଟ ସବୁର ଟିକନିଖ୍ ଖବର ନେବାକୁ ଦର୍ଶକମାନେ ଚାହିଁ ବସିଛନ୍ତି । ତାଙ୍କର ପ୍ରିୟ କଳାକାରଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ଉତ୍ସାହିତ ହୋଇପଡ଼ିଛନ୍ତି । ଏହି ଫିଲ୍ମ ଗୁଡ଼ିକ ହେଲା ଆଇଲଭୟୁ ୨, କର୍ମ, ପାବାର, କୁହୁଡ଼ି, ଚନ୍ଦ୍ରବଂଶୀ । 

ଆଇଲଭୟୁ ୨

ଆଇଲଭୟୁ ୨୦୦୪ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ଇତିହାସର ସବୁଠାରୁ ସୁପର ହିଟ୍ ଫିଲ୍ମ । ଆଜି ବି ରିଲିଜ ହେଲେ ଦର୍ଶକଙ୍କ ମଧ୍ୟରେ ସମାନ କ୍ରେଜ ଦେଖିବାକୁ ମିଳେ । ଏଥିରେ ଡେବ୍ୟୁ କରିଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି। ଏହା ତାଙ୍କର ଥିଲା ପ୍ରଥମ ସିନେମା । ସେହି ଫିଲ୍ମ ପାଇଁ ସେ ଆଜି ବି ଦର୍ଶକଙ୍କ ହୃଦୟରେ ଘର କରି ରହିଛନ୍ତି । ପୁଣି ଥିରେ ଏହାର ସିକ୍ବେଲ ଦର୍ଶକମାନଙ୍କ ପାଖକୁ ଆସୁଛି । କାହାଣୀ ଓ ପ୍ରଯୋଜନାରେ ଅଛନ୍ତି ସଞ୍ଜୟ ନାୟକ (ଟୁଟୁ), ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ସୁଧାଂଶୁ ମୋହନ ସାହୁ ଥିବାବେଳେ ସଙ୍ଗୀତ ପ୍ରେମ ଆନନ୍ଦ, ସହ ପ୍ରଯୋଜନାରେ ଅନୁରାଧା ନାୟକ ଓ ରାହୁଲ୍ ନାୟକ, କାର୍ଯ୍ୟକାରୀ ପ୍ରଯୋଜନା ଭାର ତୁଲାଇଛନ୍ତି କ୍ରିଷ୍ଣା ପ୍ରୟୋଗ ନାୟକ(ପ୍ରେମ୍), କ୍ୟାମେରାମ୍ୟାନ୍ ଦୀପକ କୁମାର, ଚିତ୍ରନାଟ୍ୟ ଓ ସଂଳାପରେ ପ୍ରିୟବ୍ରତ ପଣ୍ଡା ରହିଛନ୍ତି । ଏହାର ରିଲିଜ୍ ଡେଟ୍ କଥା ଯଦି ଆମେ କହିବା ତେବେ ଆସନ୍ତା ଗଣେଷ ପୂଜାରେ ଏହା ଫ୍ଲୋରକୁ ଆସିବ ବୋଲି ଜଣାପଡ଼ିଛି । ଦର୍ଶକମାନେ ଏହାକୁ ଦେଖିବାକୁ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

କର୍ମ

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଆଗାମୀ ଦିନରେ ଆସିବାକୁ ଯାଉଛି ଫିଲ୍ମ ‘କର୍ମ’ । ବିଗ୍ ଷ୍ଟାରର ଫିଲ୍ମ ଭାବେ ଏହା ଫ୍ଲୋରକୁ ଆସିବ ବୋଲି ଏବେ ଠୁ ଚର୍ଚ୍ଚା ଲାଗି ରହିଛି । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ପ୍ରତିଟି ଫିଲ୍ମ ଦର୍ଶକଙ୍କ ମନ ଛୁଆଁ ହୋଇପାରିଛି । ବିଗତ ଦିନରେ ରିଲିଜ ହୋଇଥିବା ’୩କନ୍ୟା’ ଏହାର ଜ୍ବଳନ୍ତ ଉଦାହରଣ । ତା’ପୂର୍ବରୁ ଫିଲ୍ମ ‘ପ୍ରତୀକ୍ଷା’ ହେଉ କିମ୍ବା ଓ୍ବେବ ସିରିଜ ‘ଗ୍ୟାଙ୍ଗ୍ସ ଅଫ ପୁରୀ’ରେ ତାଙ୍କର ବଳିଷ୍ଠ ନିର୍ଦ୍ଦେଶନା ଓଡ଼ିଆ ସିନେ ଦର୍ଶକଙ୍କୁ ଏକ ନୂଆ ଫିଲିଂଙ୍ଗ୍ସ ଦେଇଛି । କର୍ମରେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ସେ ପ୍ରଥମ ଥର କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦର୍ଶକଙ୍କ ମହଲରେ ଏବେ ଠୁ ଉତ୍କଣ୍ଠା ଲାଗି ରହିଛି । କୁହାଯାଉଛି ଏହା ଚଳିତ ବର୍ଷର ବ୍ଲକବଷ୍ଟର ମୁଭି ସାବ୍ୟସ୍ତ ହେବ ବୋଲି । ଅମୀୟ ପଟ୍ଟନାୟକ ପ୍ରଡ଼କ୍ସନରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ । ଆଗାମୀ ଗଣେଷ ପୂଜାରେ ଏହା ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଲକ୍ଷ ରଖାଯାଇଛି ।

ପାବାର

ଆଗାମୀ ରଜରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ପାବାର’ । ବାବୁସାନ ଫିଲ୍ମ୍ସ ପ୍ରଡ଼କ୍ସନ ହାଉସ ଅଧିନରେ ଏହା ନିର୍ମାଣ ହୋଇଛି । ପ୍ରଯୋଜନା ଭାର ତ୍ରିପତୀ ଶତପଥି ନିଭାଇଥିବାବେଳେ ନିର୍ଦ୍ଦେଶନାରେ ଅଛନ୍ତି ଷ୍ଟାଇଲିସ ନିର୍ଦ୍ଦେଶକ ଅଶୋକ ପତି । ଯାହାଙ୍କ ସିନେମା ଦର୍ଶକମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥାନ୍ତି । ସବୁବେଳେ ନୂଆ ଏକ୍ପିପେରିମେଣ୍ଟ ସହ ଫ୍ଲୋରକୁ ଆସିଥାନ୍ତି । ଷ୍ଟାରକାଷ୍ଟରେ ଅଛନ୍ତି ଅଭିନେତା ବାବୁସାନ ମହାନ୍ତି ଏବଂ ଏଲିନା ସାମନ୍ତରାୟ । ବାବୁସାନଙ୍କ ଫିଲ୍ମର କ୍ରେଜ କିଛି ଭିନ୍ନ ଥାଏ । ସବୁବେଳେ ନିଜର ଚରିତ୍ରକୁ ନେଇ ସେ ପରୀକ୍ଷା କରିଥାନ୍ତି । ଆଉ ସବୁବେଳେ ଦର୍ଶକଙ୍କ ହୃଦୟ ଜିତିଥାନ୍ତି । ଦର୍ଶକମାନେ ବି ତାଙ୍କ ଫିଲ୍ମକୁ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ଗତ ଦିନରେ ‘ଦମନ’ ଫିଲ୍ମ ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ । ଯାହା ସୁପରହିଟ୍ ହେବା ସହ ଓଡ଼ିଆ ସିନେମାକୁ ଏକ ନୂଆ ଦିଗ ଦେଖାଇଥିଲା ।

କୁହୁଡ଼ି

ନିର୍ଦ୍ଦେଶକ ଅଜୟ ପାଢୀଙ୍କ ଫିଲ୍ମ ‘କୁହୁଡ଼ି’ ଖୁବଶୀଘ୍ର ପରଦାକୁ ଆସିବାରେ ଅଛି । ଅଭିନେତା ଅନୁଭବ ମହାନ୍ତି ଏଥିରେ ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି । ଏହାସହ ଏଥିରେ ଅଭିନେତା ଦ୍ବିପନ୍ବିତ, ଅଭିନେତ୍ରୀ ସୁପ୍ରିୟା, ପ୍ରକୃତି ମିଶ୍ର ମଧ୍ୟ ନଜର ଆସିବାରେ ଅଛନ୍ତି । ଅନୁଭବଙ୍କ ଏହା ବହୁ ପ୍ରତିକ୍ଷୀତ ଫିଲ୍ମ ଭିତରୁ ଗୋଟିଏ । ଚଳିତ ବର୍ଷ ଏହା ତାଙ୍କର ପରଦାକୁ ଆସୁଥିବା ପ୍ରଥମ ଫିଲ୍ମ ହେବ । ଦର୍ଶକ ଏହାକୁ ଭରପୁର ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଉଛି । ଏହି ଫିଲ୍ମ ରଜରେ ଆସିବାକୁ ଥିବାବେଳେ ରଜ ବଜାରକୁ ପୂରା ସରଗରମ କରିବ ବୋଲି କୁହାଯାଇଛି। ପୂର୍ବରୁ ଦ୍ବିପନ୍ବିତଙ୍କ ଅଭିନୟ ଆପଣ ‘ପ୍ରତୀକ୍ଷା’ରେ ଦେଖିଥିବେ । ଯାହା ବେଶ ଲୋକାଦୃତ ହୋଇପାରିଥିଲା । ଏଥିରେ ସେ ଏକ ଅଭିଯୁକ୍ତ ଭୂମିକାରେ ନଜର ଆସୁଛନ୍ତି। କାହାଣୀଟି ଏକ କୋଟ୍ ଡ୍ରାମା ବୋଲି ତାହାର ଟିଜର ରିଲି ହେବା ପରେ ଜଣାପଡ଼ୁଛି । ପ୍ରଯୋଜନାରେ ଅଛନ୍ତି ହିମାଦ୍ରି ତନୟା ଦାସ । 

ଚନ୍ଦ୍ରବଂଶୀ

ମଲ୍ଟି ଷ୍ଟାରର ସିନେମା ଚନ୍ଦ୍ରବଂଶୀକୁ ନେଇ ଧିରେ ଧିରେ ବଢୁଛି ଉତ୍କଣ୍ଠା । ରିଲିଜ ଡେଟ୍ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ କ୍ରେଜ ସେତିକି ବଢୁଛି । ନିଜ ପ୍ରିୟ କଳାକାରଙ୍କୁ ଏକା ସାଙ୍ଗରେ ଦେଖିବାକୁ ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଛି । ୟଶ ସୁନୀଲଙ୍କ ନିର୍ଦ୍ଦେଶନା ଭାର ତୁଲାଇଥିବାବେଳେ ପ୍ରୀତମ ସାହୁ ପ୍ରଯୋଜନାରେ ଅଛନ୍ତି । ଅଭିନୟରେ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ଶ୍ରୀତମ ଦାସ, ରାଜ ରାଜେଶ, ପୁନମ ମିଶ୍ର, ଜସ୍ମିନ ରଥ, ଲିପ୍ସା ମିଶ୍ର, ଉଷଶୀ ମିଶ୍ର, ଋଷି, ଭିଭସ, ପ୍ରତିଭା ପଣ୍ଡା, ସ୍ମିତା ମହାନ୍ତି, ରାଜକୁମାର, ତାପସ ସରଘରିଆ, ଦୈତାରୀ ପଣ୍ଡା, ବାପି ରୟ, ନବାଗତ ପ୍ରୀତମ ସାହୁ , ଦେବୁ ବ୍ରହ୍ମା, କୁନା ମଙ୍ଗରାଜ, ଶକ୍ତି ବରାଳ, ଅଶ୍ବନି ତ୍ରୀପାଠୀ, ଆଦ୍ୟାଶା ପାଣିଗ୍ରାହୀ(ଶିଶୁ କଳାକାର) । ଏହାର ଟିଜର ରିଲିଜ ହୋଇଥିବାବେଳେ ଟ୍ରେଲର ଖୁବଶ୍ରୀଘ୍ର ରିଲିଜ ହେବ । ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବାରୁ ଏହା ଓଡ଼ିଆ ଦର୍ଶକମାନଙ୍କୁ ସିନେମା ହଲରେ ବାନ୍ଧି ରଖିବ ବୋଲି ଆଶା ରହିଛି ।