ସରକାରଙ୍କୁ କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧୀ

ସରକାରଙ୍କୁ କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯/୭ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧ ବିରତି କରିଛନ୍ତି । ସେ ଏହା ୨୯ଥର କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଉଚିତ୍ ଯେ, ଟ୍ରମ୍ପ୍ ମିଛ କହୁଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ସରକାର ପାଇଲଟଙ୍କ ହାତ ବାନ୍ଧି ଦେଇଥିଲେ । ବାୟୁସେନାକୁ ମୁକ୍ତ ହାତ ଦିଆଯାଇ ନ ଥିଲା । ଭାରତ କିଛି ଜେଟ୍ ହରାଇଥିଲା। ଏହା ସେନାର ଦୋଷ ନ ଥିଲା, ସରକାରଙ୍କ ଦୋଷ ଥିଲା। ପାକିସ୍ତାନର ବାୟୁ ପ୍ରତିରକ୍ଷା ଉପରେ ଆକ୍ରମଣ କାହିଁକି ବନ୍ଦ କରାଯାଇଥିଲା ? ସିଡିଏସ୍ ସ୍ୱୀକାର କରିଛନ୍ତି ଯେ, ଆରମ୍ଭରେ ଏକ ଭୁଲ୍ ହୋଇଥିଲା। ବାୟୁସେନାକୁ ଦୋଷ ଦେବା ଭୁଲ୍। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଟ୍ରମ୍ପ୍ ମିଛ କହୁଛନ୍ତି, ଆମର ଜେଟ୍ ପଡ଼ିନାହିଁ, ପ୍ରଧାନମନ୍ତ୍ରୀ ଏହାର ଜବାବ ଦେବା ଉଚିତ୍।