ଶ୍ରୁତକିର୍ତ୍ତୀ ତ୍ରିପାଠୀ ଲାଡଲି ମିଡ଼ିଆ ପୁରସ୍କାରରେ ସମ୍ମାନିତ

ଶ୍ରୁତକିର୍ତ୍ତୀ ତ୍ରିପାଠୀ ଲାଡଲି ମିଡ଼ିଆ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ବର, ୧୫/୯ : ଲେଖିକା ଓ ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ଚଳିତ ବର୍ଷର ସମ୍ମାନ ଜନକ ଜାତୀୟ ‘ଲାଡଲି ମିଡ଼ିଆ’ ପୁରସ୍କାର ପାଇଛନ୍ତି। ମହାରାଷ୍ଟ୍ର ଥାନେଠାରେ ମିଳିତ ଜାତିସଙ୍ଘ ପପୁଲେସନ ଫଣ୍ଡ ଓ ପପୁଲେସନ ଫାଷ୍ଟର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ ଭଵ୍ୟ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

‘ନିର୍ଭୟ ’ରେ ପ୍ରକାଶିତ ତାଙ୍କର ଆଲେଖ୍ୟ " ପୁରୁଷ ଭଳି ହେବ କାହିଁକି ? " ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଲିଙ୍ଗଗତ ସମ୍ବେଦନଶୀଳତା ଦିଗରେ ନିଜ ଆଲେଖ୍ୟ ପାଇଁ ତାଙ୍କୁ ଏହି ଜାତୀୟ ସମ୍ମାନ ମିଳିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରେଣୁକା ସାହାଣେ ଏବଂ ଲାଡଲି ମିଡ଼ିଆର ଅନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ଶ୍ରୁତକୀର୍ତ୍ତି, ୨o୧୭ରୁ ଲେଖିବା ଆରମ୍ଭ କରିଛନ୍ତି l ଗତ ୭ ବର୍ଷ ଭିତରେ ଜଣେ ସ୍ତମ୍ଭକାର, ପ୍ରାବନ୍ଧିକ ଏବଂ ଶିଶୁ ସାହିତ୍ୟିକା ଭାବେ ବିଭିନ୍ନ ଓଡ଼ିଆ ଖବରକାଗକ ଓ ପତ୍ରପତ୍ରିକାରେ ଲେଖାଲେଖି କରି ଆସୁଛନ୍ତି l ତାଙ୍କ ସାରସ୍ୱତ ଯାତ୍ରାରେ ସେ ଏକାଧିକ ସମ୍ବର୍ଦ୍ଧନା ଓ ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ଜନ୍ମିତ ଏବଂ ସମ୍ବଲପୁରରେ ନିଜର ଶିକ୍ଷା ସମାପ୍ତ କରିଥିବା ଶ୍ରୁତକୀର୍ତ୍ତି ସମଗ୍ର ପଶ୍ଚିମ ଓଡିଶାକୁ ଗୌରବାନ୍ୱିତ କରିଛନ୍ତି l